ଗଡଚଣ୍ଡୀ ଠାରେ କୃଷକ ସାଥି ସଂଘର ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କୃଷକ ସାଥି ସଂଘର ଏକ ଜରୁରୀ ବୈଠକ ଗଡଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଂଘର ସଭାପତି ଅନନ୍ତ ଚରଣ ପହି, ସମ୍ପାଦକ ସମ୍ପାଦକ ବେଣୁଧର ସା, କୃଷକ ସାଥି କୃପାସିନ୍ଧୁ ସେଠୀ, ଅଭିରାମ ରାଉତ, ମନ୍ମଥ ଜେନା, ପ୍ରଶାନ୍ତ ଚଇନି, ପ୍ରେମାନନ୍ଦ ନାୟକ, ରାଧାଶ୍ୟାମ ମଲ୍ଲିକ, ଦିପକ କୁମାର ସୁବୁଦ୍ଧି, ସତ୍ୟବ୍ରତ ପଢ଼ିଆରୀ, ବିଜ୍ରୟ କୁମାର ସାହୁ, ରାଜେନ୍ଦ୍ର ପାତ୍ର, ରବିନ୍ଦ୍ର ପାତ୍ର, ଅରୁଣ କୁମାର ସାହୁ, ହେମନ୍ତ ପଟ୍ଟନାୟକ, ଶ୍ରବଣ କୁମାର ନନ୍ଦ, ହେମନ୍ତ ନନ୍ଦଙ୍କ ସମେତ ୩୧ଟି ଯାକ ପଞ୍ଚାୟତର କୃଷକ ସାଥିମାନେ ଯୋଗଦେଇଥିଲେ । ରାଜ୍ୟ କୃଷକ ସାଥି ସଂଘର ଆହ୍ୱାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କୃଷକ ସାଥି ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ଦରମା ପ୍ରଦାନ, ବୀମାଭୁକ୍ତ କରାିବା, ଡ୍ରେସ କୋର୍ଡ ବ୍ୟବସ୍ଥା, ଇ.ଏସ.ଆଇ.ପି.ଏଫ ବ୍ୟବସ୍ଥା, କୃଷକସାଥି ମୃତୁ୍ୟବରଣ କଲେ ତାଙ୍କ ପରିବାରର ଜଣକୁ ସରକାରୀ ଚାକିରିର ସୁବିଧା ଆଦି ସାତଦଫା ଦାବିନେଇ ଆଲୋଚନା ହୋଇଥିଲା । ଦୀର୍ଘଦିନ ହେଲା ଭୁବନେଶ୍ୱରରେ ସଂଘ ପକ୍ଷରୁ ଆନେ୍ଦାଳନ ଚାଲିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଆସନ୍ତାକାଲି ବିଧାନସଭା ସମ୍ମୁଖରେ ରାଲି ଓ ବିକ୍ଷୋଭ କରାଯିବାକୁ ଥିବାବେଳେ ହାଟଡିହି ବ୍ଲକ ସଂଘର ସମସ୍ତ ସଦସ୍ୟ ଏଥିରେ ଭାଗନେବାକୁ ନିଷ୍ପତି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ