ବାରାହା ଆକ୍ରମଣରେ ଗୁରୁତର ଆହତଙ୍କୁ ମିଳୁନି ସହାୟତା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପୋଡାସିଙ୍ଗିଡି ଗ୍ରାମରେ ବାରାହା ଆକ୍ରମଣରେ ଆହତ ହୋଇଥିବା ଜଣେ ବ୍ୟକ୍ତି ଏବେ ଭୋକ ଉପାସରେ ଦିନ କାଟୁଛନ୍ତି । ଗତ ୫ତାରିଖ ଦିନ ସେ ନିକଟସ୍ଥ ପଡିଆକୁ ଶୌଚ ପାଇଁ ଯାଇଥିବାବେଳେ ଏକ ଜଂଗଲି ବାରାହା ଆକ୍ରମଣର ଶୀକାର ହୋଇଥିଲେ । ତାଙ୍କ ହାତ ଓ ଗୋଡକୁ ବାରାହା କାମୁଡି କ୍ଷତାକ୍ତ କରିଦେଇଥିଲା । ପରିବାର ଲୋକେ ତାଙ୍କୁ ହାଟଡିହି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଉଛନ୍ତି । ସେହିଦିନ ଠାରୁ ସେ ଗୁରୁତର ଆହତ ହୋଇ ଘରେ ପଡି ରହିଛନ୍ତି । ଏନେଇ ସେ ଜଂଗଲ ବିଭାଗକୁ ମଧ୍ୟ ଅବଗତ କରାଇଛନ୍ତି । ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ସେ ଘରେ ପଡି ରହିଥିବାରୁ ପରିବାରଟି ଅତି ଦୁଖଃକଷ୍ଟରେ କାଳାତିପାତ କରୁଛନ୍ତି । ଏପରିକି ଔଷଧ ଟିକେ କିଣିବାକୁ ମଧ୍ୟ ତାଙ୍କ ପାଖରେ ପଇସା ନାହିଁ । ଘରେ ପାଞ୍ଚ ପରାଣି କୁଟୁମ୍ବ ବହୁ ଦୁଖଃକଷ୍ଟରେ କାଳାତିପାତ କରୁଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ