ସଦରଥାନା ପୋଲିସର ଉଦାସୀନତା ବିରୋଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ପୋଲିସର ଉଦାସୀନତା ବିରୋଧରେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ ସଦର ଥାନା ଅନ୍ତର୍ଗତ ହରିଡାଦଣ୍ଡା ଗ୍ରାମର ପ୍ରଫୁଲ୍ଲ ବାରିକ ଚଳିତମାସ ୫ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ ଯେ ସେହି ଗ୍ରାମର ପ୍ରସନ୍ନ ବାରିକ ଓ ତାଙ୍କ ପତ୍ନୀ କାଞ୍ଚନବାଳା ବାରିକ ତାଙ୍କ ବାଡିରେ ଥିବା ବାଉଁଶ ବୁଦାରୁ ବାଉଁଶ କାଟୁଥିବା ବେଳେ ପ୍ରଫୁଲ୍ଲ ଏବଂ ତାଙ୍କ ପତ୍ନୀ ବାରିକୁ ଯାଇ ଏଭଳି ବେଆଇନ ଘଟଣାର ବାରଣ କରନ୍ତେ ସେମାନେ ଜୋରଜବରଦସ୍ତ ୧୦ଖଣ୍ଡ ବାଉଁଶ(ପ୍ରାୟ ଏକହଜାର ଟଙ୍କା ମୂଲ୍ୟର) କାଟିନେବା ସହିତ ପ୍ରଫୁଲ୍ଲ ଏବଂ ତାଙ୍କ ପତ୍ନୀଙ୍କୁ ଜୀବନରୁ ମାରିଦେବା ଉଦେଶ୍ୟରେ କତା ଓ ଟାଙ୍ଗିଆ ଧରି ଗୋଡାଇଥିଲେ । ଭୟରେ ଏବଂ ଜୀବନ ରକ୍ଷା କରିବା ଉଦେଶ୍ୟରେ ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ସେଠାରୁ ଦୈାଡି ଘରକୁ ପଳାଇ ଆସିଥିଲେ । ଏସମ୍ପର୍କରେ ପ୍ରଫୁଲ୍ଲ ସଦର ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ ବି ସଦର ଥାନା ପୋଲିସ ପଦକ୍ଷେପ ଗ୍ରହଣ କରିନଥିଲା । ଫଳରେ ଅଭିଯୁକ୍ତମାନେ ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀଙ୍କୁ ଧମକ ଚମକ ଦେଉଥିବା ନେଇ ପ୍ରଫୁଲ୍ଲ ଥାନାରେ ଅଭିଯୋଗ କରିବାରେ ଥାନାର ସେନାପତି ବାବୁ ପ୍ରଫୁଲ୍ଲଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ସେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଦର ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ପ୍ରଫୁଲ୍ଲଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ