ଜିଲ୍ଲା ସ୍ତରୀୟ ମୋ ସ୍କୁଲ ଆଲୁମିନି ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରକାରୀ ଅନସ୍ଲୋ ହାଇସ୍କୁଲ ପରିସରରେ ପଂଚମ ବାର୍ଷିକ ଗଞ୍ଜାମ ଜିଲ୍ଲା ସ୍ତରୀୟ ଆଲୁମିନି ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ ଭି. କିର୍ତ୍ତି ୱାସନ୍ ୱ ଯୋଗ ଦେଇ ସ୍କୁଲ ଗୁଡିକର ଉନ୍ନତି ଓ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହ ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଆଜିର ଏହି ସମ୍ମିଳନୀରେ ୨୨୮ ଜଣ ଆଲୁମିନି ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ଓ ଉପାଧ୍ୟକ୍ଷ କେ. ରାଜେଶ୍ୱରୀ ଉପସ୍ଥିତ ରହି ମୋ ସ୍କୁଲ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ସ୍ୱାଗତ ଭାଷଣ ସହ ମୋ ସ୍କୁଲ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିବରଣୀ ପାଠ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକର ୧୦ ଜଣ ଆଲୁମିନି ନିଜ ନିଜ ସ୍କୁଲରେ ମୋ ସ୍କୁଲ ଜନିତ ପରିବର୍ତ୍ତନକୁ ଉଲ୍ଲେଖ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକର ବିଇଓ ମାନଙ୍କ ତତ୍ୱାବଧାନରେ ମୋ ସ୍କୁଲ ପ୍ରଦର୍ଶିତ ହୋଇଥିଲା । ଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା, ସିଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ପନ୍ନଗ ଭୂଷଣ ମାଝୀ, ଖଣ୍ଡଦେଉଳି ହାଇସ୍କୁଲର ପ୍ରଧାନ ଶିକ୍ଷକ ଡକ୍ଟର ଶଙ୍କର ନାରାୟଣ ବେଜଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ