ଅପହଞ୍ଚ ଜୁଣପସି ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିଲେ ବିଡିଓ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ଜୁଣପସି ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବା ସହ ନିଜ ଆଖିରେ ସେମାନଙ୍କ ସମସ୍ୟାକୁ ଉପଲବ୍ଧô କରିଛନ୍ତି ହାଟଡିହି ବିଡିଓ । ହାଟଡିହି ବ୍ଲକର ବଣପାହାଡ ଘେରା ଏହି ଗାଁକୁ ରାସ୍ତା ନଥିବାରୁ ପାହାଡ ଚଢ଼ି ଦୀର୍ଘ ୬କିଲୋମିଟର ଦୁର ଚାଲିକରି ଯିବାକୁ ହୋଇଥାଏ । ଏପରିକି ସେମାନେ ଏହି ଜଂଗଳିଆ ରାସ୍ତାଦେଇ ପଞତଚାୟତକୁ ଆସିଥାନ୍ତି । ଏହି ଗ୍ରାମରେଥିବା ବିଦ୍ୟାଳୟ ନିର୍ମାଣ ଲାଗି ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିଲେ ମଧ୍ୟ ଠିକାଦାର ଶ୍ରେଣୀଗୃହ କାମ ଅଧାପନ୍ତରିଆ ଭାବେ ପକାଇ ଆଉ କାମ କରୁନଥିଲେ । ଏ ବାବଦରେ ଜାଣିବାପରେ ବିଡିଓ ବିନିତା ବିଜୟିନୀ ୨୦କିଲୋମିଟର ବାଟ ବୁଲି କାଠକଟା ବାଟଦେଇ ଏହି ଗାଁକୁ ଯାଇ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ସବୁ ନିଜ ଆଖିରେ ଦେଖିଥିଲେ । ଗାଁରେ ପାନୀୟ ଜଳର କୌଣସି ସୁବିଧା ନଥିବାରୁ ଲୋକମାନେ ଚୁଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା, ଗାଁର ରାସ୍ତା ସମସ୍ୟା, ବିଦୁ୍ୟତ ସମସ୍ୟା ସମ୍ପର୍କରେ ପାଇକିରା ହୋ, ସାରେ ହୋ, କାଉର ହୋ, ଗୋବର୍ଦ୍ଧନ ନାଇକ, ସଞ୍ଜୁ ନାଇକ, ପ୍ରଧାନ ସୋରେନ, କାର୍ତ୍ତିକ ନାଇକ, ନାଗ ହୋ, ଯମୁନା ହୋ ପ୍ରମୁଖ ଗ୍ରାମବାସୀମାନେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଡିଓ ଗାଁକୁ ଯାଇଥିବା ଜାଣି ଗ୍ରାମବାସୀମାନେ ତାଙ୍କୁ ଭେଟିବା ପାଇଁ ଭିଡ ଜମାଇବା ସହିତ ଦୀର୍ଘଦିନ ପରେ ଜଣେ ପ୍ରଶାସନିକ ଅଧିକାରୀ ଗାଁକୁ ଆସିଥିବା ଦେଖି ଲୋକମାନେ ଖୁସି ପ୍ରକଟ କରିଥିଲେ ।


