ବିଭିନ୍ନ ମଣ୍ଡପରେ ଆରମ୍ଭ ହୋଇଛି ମାଆ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ବାସନ୍ତିକ ଦୂର୍ଗୋତ୍ସବରେ ମଙ୍ଗଳବାର ଆରମ୍ଭ ହୋଇଛି ମହାସପ୍ତମୀ ପୂଜା । ବିଲ୍ୱାଧିବାସ ପରେ ବିଧିପୂର୍ବକ ମହାସପ୍ତମୀରେ ଘଟ ସ୍ଥାପନ ସହ ସବୁଠି ଚାଲିଛି ମାଆଙ୍କର ଆରଧନା । ବିଭିନ୍ନ ଶକ୍ତିପୀଠ ସମେତ ସାର୍ବଜନୀନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା । ମାଆଙ୍କ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ସୁଦୃଶ୍ୟ ତୋରଣ ଏବଂ ରଙ୍ଗୀନ ଆଲୋକ ସଜ୍ଜାରେ ଝଲସି ଉଠୁଛି ପୂଜା ମଣ୍ଡପ । ବାଲେଶ୍ୱର ସହରର ନିଉ ମାର୍କେଟ କମ୍ପେ୍ଲକ୍‌ସ୍‌, ମାକଲପୁର, ଆଜିମାବାଦ, ନୂଆସାହି, ସହର ଉପକଣ୍ଠ ଈଶାଣୀ ପ୍ରଭୃତି ପ୍ରମୁଖ ମଣ୍ଡପମାନଙ୍କରେ ମାଆ ଦୂର୍ଗାଙ୍କର ପୂଜା ଚାଲିଥିବା ଦେଖିବାକୁ ମିଳିଛି । ବ୍ରାହ୍ମଣଙ୍କ ବେଦମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ହୋମଯଜ୍ଞରେ ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସହରର ଫାଣ୍ଡିଛକ ସ୍ଥିତ ନିୟୁ ମାର୍କେଟ କମ୍ଲେକ୍ସ ସାବୀଜନୀନ ବାସନ୍ତୀ ପୂଜା କମିଟି ପକ୍ଷରୁ ମଧ୍ୟ ମା’ଙ୍କର ଚଳିତବର୍ଷ ପୂଜା ବେଶ ଧୁମଧାମରେ ହେଉଥିବା ଲକ୍ଷ୍ୟ କରାଯାଇଛି । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ମାଆଙ୍କ ପୂଜା ପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମଙ୍ଗଳବାର ଦିନ ଝାଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣ ପୁଷ୍କରିଣୀରୁ ଘଟତ୍ତୋଳନ ସହ ମଣ୍ଡପରେ ସ୍ଥାପନ ପରେ ରୀତିନୀତିରେ ମା’ଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି । ବୁଧବାର ଦିନ ମହାଷ୍ଟମୀ ପୂଜା,ଗୁରୁବାର ପ୍ରାତଃ କାଳରେ ସନ୍ଧିପୂଜା ଏବଂ ତତ୍‌ପରେ ମହାନବମୀ ପୂଜା ଅନୁଷ୍ଠିତ ହେବ ବୋଲି ପୂଜକ କହିଛନ୍ତି । ପ୍ରତ୍ୟେକ ବର୍ଷ ନିୟୁ ମାର୍କେଟ କମ୍ଲେକ୍ସର ବ୍ୟବସାୟୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ବାସନ୍ତୀ ପୂଜା କରାଯାଇଥାଏ । ଏଠାକାର ବିଭିନ୍ନ ବର୍ଗର ବ୍ୟବସାୟୀମାନେ ପରସ୍ପର ମଧ୍ୟରେ ଭାଇଚାରା ଭାବ ବଜାୟ ରଖି ବାସନ୍ତୀ ପୂଜାରେ ସହଯୋଗ କରିଥା’ନ୍ତି । ଦୀର୍ଘ ୩୫ବର୍ଷ ଧରି ଆନନ୍ଦ ଉଲାସର ସହିତ ଏହି ପୂଜା ହୋଇଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ