ମହାନବମୀରେ ଉତ୍ସବମୁଖର ବାଲେଶ୍ୱର

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିପଦଠାରୁ ବିଭିନ୍ନ ଶକ୍ତିପୀଠରେ ଚାଲିଥିବା ନବରାତ୍ର ପୂଜା ଓ ଯଜ୍ଞ କର୍ମକାଣ୍ଡ ଗୁରୁବାର ମହାନବମୀରେ ପୂର୍ଣ୍ଣାହୁତି ପଡ଼ିଛି । ପବିତ୍ର ଏହି ମହାନବମୀରେ ବାଲେଶ୍ୱର ସହର ସମେତ ସମଗ୍ର ଜିଲାର ସାର୍ବଜନୀନ ପୂଜାମଣ୍ଡପ ଓ ଶକ୍ତିପୀଠରେ ଆଦ୍ୟାଶକ୍ତି ମା’ ଦୂର୍ଗାଙ୍କଠାରେ ଷୋଡ଼ଶ ଉପଚାର ପୂଜା କରାଯାଇଛି । ମହାଷ୍ଟମୀ ଭଳି ମହା ନବମୀରେ ମଧ୍ୟ ଶ୍ରଦ୍ଧାଳୁମାନେ ମାଆଙ୍କୁ ଦର୍ଶନ ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ସେହିଭଳି ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥି ପୁନଃର୍ବସୁ ନକ୍ଷତ୍ର ଯୋଗରେ ଶ୍ରୀରାମ ନବମୀ ପାଳନ କରାଯାଇଥାଏ । ଏହି ଦିନଟିକୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପୁଣ୍ୟ ପ୍ରକଟ ଦିବସ ବୋଲି ଗ୍ରହଣ କରାଯାଇଥାଏ । କେତେକ ମଣ୍ଡପରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ମାଆ ସୀତାଙ୍କୁ ବି ପୂଜା କରାଯାଇଥାଏ । ଏନେଇ ବିଭିନ୍ନ ରାମ ମନ୍ଦିର ଏବଂ ହନୁମାନଙ୍କ ମନ୍ଦିରରେ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହ ପୁଜାର୍ଚ୍ଚନା କରାଯାଇଥାଏ । ପବିତ୍ର ଶ୍ରୀରାମ ନବମୀରେ ପାଇଁ ସମଗ୍ର ବାଲେଶ୍ୱର ସହର ଉତ୍ସବମୁଖର ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି । ଏହି ଅବସରରେ ବାଲେଶ୍ୱର ସହରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପରମଭକ୍ତ ହନୁମାନ ମନ୍ଦିରମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ହନୁମାନଙ୍କ ମନ୍ଦିରରେ ପୂଜା କରିଛନ୍ତି । ସହରର ଫାଣ୍ଡିଛକ, ମୋତିଗଞ୍ଜର ମାରୁୱାଡ଼ି ପଟି ପ୍ରଭୃତି ଅଂଚଳର ହନୁମାନ ମନ୍ଦିରରେ ରାମନବମୀ ପାଇଁ ସ୍ୱତନ୍ତ୍ର ନୀତିପୂଜା ହୋଇଥିଲା ।
ମୁକ୍ତା ଯୋଜନାରେ ନିମ୍ନମାନର ପ୍ରକଳ୍ପ କାର୍ଯ୍ୟ ଅଭିଯୋଗ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ