ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଆଇଆଇସି ଟ୍ରଫି ପାଇଲେ ପାଟପୁର ଥାନା ଅଧିକାରୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆଇଆଇସି ଶ୍ରୀ ସବ୍ୟସାଚୀ ମଲ୍ଲ ରାଜ୍ୟସ୍ତରରେ ଶ୍ରେଷ୍ଠ ଆଇଆଇସି ଭାବେ ସମ୍ମାନୀତ ହୋଇଛନ୍ତି। ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଆୟୋଜିତ ୮୮ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପୁରସ୍କୃତ ହୋଇଛନ୍ତି।ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ୟାରେ଼ଡ ରେ ଓଡ଼ିଶା ପୋଲିସ ଡିଜିପି ସୁନିଲ ବଂଶଲ ବ୍ରଜବିହାରୀ ସ୍ମାରକୀ ସ୍ମୁତି ସମ୍ମାନ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଛନ୍ତି। ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅଧିକାରୀ ଭାବେ ସବ୍ୟସାଚୀ ମଲ୍ଲ ଗତ ୭/୫/୨୧ରେ ଯୋଗ ଦେବା ପରେ ବର୍ଷେ ଏଗାର ମାସର କାର୍ଯ୍ୟକାଳ ମଧ୍ୟରେ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ, ଚୋରି ରାହାଜାନୀ ଓ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ଗଞ୍ଜେଇ ସମେତ ଅବାଧ ନିଶା କାରବାର ଧରପଗଡ ଓ ରୋକିବା ଅଞ୍ଚଳରେ ସାମାଜିକ ସଚେତନତା ସୃଷ୍ଟି ସମେତ ଆଇନ ଶୃଙ୍ଖଳା ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଉତ୍କର୍ଷତା ପ୍ରତିପାଦନ ସହ ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇଛନ୍ତି। ରାଜ୍ୟ ସ୍ତରୀୟ ପୋଲିସ ସମ୍ମାନ ପାଇବା ପରେ ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲଙ୍କୁ ପାଟପୁର ଥାନା ଇଲାକା ସମେତ ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ