ବିଷ୍ଣୁପୁର ସ୍କୁଲର ଦୁଇ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ବିଷ୍ଣୁପୁର ଗ୍ରାମରେ ଥିବା ମା ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ କୁମାର ଦ୍ୱିବେଦୀ ଓ ସହକାରୀ ଶିକ୍ଷକ ନିରାକାର ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହାଟଡିହି ବ୍ଲକ ଶିକ୍ଷକ ମିଳିତ ମଞ୍ଚର ସଭାପତି ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସୁରେଶ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବ୍ଲକ ସହଶିକ୍ଷା ଅଧିକାରୀ ବିନୋଦ କୁମାର ରାଉତ, ମିଳିତମଞ୍ଚର ସମ୍ପାଦକ ମିହିର କୁମାର ପଣ୍ଡା, ପୁର୍ବତନ ଜିଲ୍ଲା ଶିକ୍ଷକ ସଂଘର ସମ୍ପାଦକ ତଥା ସାହିତି୍ୟକ ଅନ୍ତର୍ଯ୍ୟାମୀ ରାଉତ, ଶାଳଣିଆଁ ପଞ୍ଚାୟତର ସରପଞ୍ଚ ସୁମିତ୍ରା ଜେନା, ସମିତିସଭ୍ୟ ଦିବ୍ୟରଞ୍ଜନ ଜେନା, ରମାକାନ୍ତ ଦ୍ୱିବେଦି, ଯତିବ୍ରତ ସ୍ୱାଇଁ, ରମେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଅବସର ନେଇଥବବା ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ଶିକ୍ଷକଙ୍କ ଦ୍ୱୟଙ୍କ ଗୁଣାବଳୀ ଉପରେ ମତବ୍ୟକ୍ତ କରିଥିଲେ । ଉଭୟ ଶିକ୍ଷକଙ୍କ ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମୀ ଶିକ୍ଷକ ଶିକ୍ଷତ୍ରୀଙ୍କ ପକ୍ଷରୁ ଶିକ୍ଷକ ଦ୍ୱୟଙ୍କୁ ଉପଢ଼ୌକନ, ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ, ସ୍କୁଲ ପରିଚାଳନା କମିଟର ସଭ୍ୟସଭ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗ୍ରାମବାସୀ, ଆଖପାଖ ସ୍କୁଲର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ