ସମ୍ପତ୍ତି ବିବାଦରୁ ହତ୍ୟାଉଦ୍ୟମ ମାମଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ଶନିବାର ଛଣମେରି ଗ୍ରାମର ବବି ରାଉଳ ନାମ୍ନୀ ଜଣେ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୧୭/୨୩ ଦଫା – ୩୪୧/୨୯୪/୩୨୩/୩୨୪/୩୫୪(ଖ)/୫୦୬/୩୪ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତା ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ସୋମବାର ଅପରାହ୍ନ ପ୍ରାୟ ୨ ଟା ରେ ଡେଙ୍ଗାଓସ୍ତା ଗ୍ରାମ ବଜାର ଉପରେ ଘରଭଡ଼ା କୁ କେନ୍ଦ୍ର କରି ମୁନା ରାଉଳ ଏବଂ ବାସନ୍ତୀ ରାଉଳ ଦମ୍ପତ୍ତି ଙ୍କୁ ଅଭିଯୁକ୍ତା ବବି ଏବଂ ତାଙ୍କ ସମ୍ପର୍କୀୟ ଅଳକା ରାଉଳ ଘାତକ ଆକ୍ରମଣ କରିଥିଲେ। ସେମାନଙ୍କ ସଂଘବଦ୍ଧ ଆକ୍ରମଣରେ ଦମ୍ପତ୍ତି ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ମୁନା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା।ଏନେଇ ବାସନ୍ତୀ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଏତଲାକୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରି ଏସ.ଆଇ ଗୌତମ ସାହୁ ଙ୍କୁ ତଦନ୍ତଭାର ଦେଇଥିଲେ। ଚାଷ ଜମି ମାଲିକାନା ସତ୍ତ୍ଵ ଏବଂ ଘର ଭଡ଼ା କୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ଲାଗି ରହିଥିବା ବିବାଦ ହିଂସାକାଣ୍ଡ ର ରୂପ ନେଇଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି।


