ଉପ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ର ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଉପ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉକ୍ତ ଅଞ୍ଚଳ ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ପ୍ରାଥୀ ହେବାକୁ ବିଭିନ୍ନ ଦଳରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଗତବର୍ଷ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ ରେ ବିଜୟୀ ହୋଇଥିବା ବିଜେଡି ନେତା ଧର୍ମେନ୍ଦ୍ର ସାହୁ ଙ୍କ ଅସ୍ବାଭାବିକ ମୃତ୍ୟୁ ପରେ ଏହି ପଦ ଖାଲି ପଡ଼ିଛି ।ଆସନ୍ତା ମେ ୨ ତାରିଖରେ ଉପ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି ।ଏହି ଜୋନ ଟି ପୁରୀ ସଦର ନିର୍ବାଚନ ମଣ୍ଡଳୀ ର ୨ଟି ଓ ନିମାପଡ଼ା ନିର୍ବାଚନମଣ୍ଡଳୀ ର ୭ ଟି ମୋଟ ୯ ଟି ପଞ୍ଚାୟତ କୁ ନେଇ ଗଠିତ । ଅଣ୍ଡରା ଇଚ୍ଛାପୁର ,ଗଣେଶ୍ୱରପୁର , ଡ଼ଭାର , ରାହାଙ୍ଗୋରଡ଼ା , ନୂଆଖୋଲମରା, କୁଆଁପଡା ,ବନ୍ତଳିଗ୍ରାମ ,ଇତିଭୂଆଁ , ଗଡଭିଙ୍ଗୁରା ପ୍ରଭୁତି ୯ ଟି ପଞ୍ଚାୟତ କୁ ନେଇ ଗଠିତ । ଗତ ନିର୍ବାଚନ ରେ ଏହି ଜୋନ ରୁ ବିଜେଡି ରୁ ଧମେନ୍ଦ୍ର ସାହୁ ,ବିଜେପି ରୁ ନିରଞ୍ଜନ ମହାପାତ୍ର ,କଂଗ୍ରେସ ରୁ ଭାଗିରଥି ସେନାପତି ନିର୍ବାଚନ ଲଢିଥିଲେ ।ନିର୍ବାଚନ ରେ ଧର୍ମେନ୍ଦ୍ର ସାହୁ ବିଜେପି ର ନିରଞ୍ଜନ ମହାପାତ୍ର ଙ୍କୁ ୪ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ଏବେ ପ୍ରାଥୀ ଆଶାୟୀ ତାଲିକାରେ ବହୁ ନୂଆମୁହଁ ଯୋଡ଼ି ହୋଇଛି ।ବିଜେଡି ରୁ ଆଶାୟୀ ତାଲିକାରେ ଅଣ୍ଡରା ଇଚ୍ଛାପୁର ପଞ୍ଚାୟତ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ନାୟକ ,ସ୍ବର୍ଗତ ଧମେନ୍ଦ୍ର ସାହୁ ଙ୍କ ପତ୍ନୀ କସ୍ତୁରୀ ବାଳା ସ୍ବାଇଁ , ଗଣେଶ୍ୱରପୁର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ କରୁଣା କର ସାହୁ ଓ ନାଗପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅକ୍ଷୟ ନିଶଙ୍କ ରହିଛନ୍ତି ।ସେହିପରି ବିଜେପି ର ବ୍ଲକ ସଭାପତି କୁଆଁପଡା ପଞ୍ଚାୟତ ର ରାଜ କିଶୋର ନାୟକ ଓ ନାଗପୁର ପଞ୍ଚାୟତ ର ତପସ୍ଵିନୀ ବେହେରା ଙ୍କ ନାଁ ଚର୍ଚ୍ଚାରେ ରହିଛି ।କଂଗ୍ରେସ ପକ୍ଷରୁ କୁଆଁପଡା ପଞ୍ଚାୟତ ର ବିଚିତ୍ରାନନ୍ଦ ପ୍ରଧାନ ପ୍ରାଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।ଏହି ଜିଲ୍ଲା ପରିଷଦ ଜୋନ ରେ ୬ ଟି ପଞ୍ଚାୟତ ରେ ବିଜେଡି ସମର୍ଥିତ , ୨ଟିପଞ୍ଚାୟତ ରେ କଂଗ୍ରେସ ସମର୍ଥିତ ଓ ଗୋଟିଏ ପଞ୍ଚାୟତ ରେ ବିଜେପି ସମର୍ଥିତ ସରପଂଚ ଅଛନ୍ତି । ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ପଦବୀ ଉପ ନିର୍ବାଚନ କୁ ନେଇ ସମଗ୍ର ଗୋପ ବ୍ଲକ ଅଞ୍ଚଳ ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।ଆଜି ବିଜେଡି ଦଳ ପକ୍ଷରୁ ଏକ ବୈଠକ ନିମାପଡ଼ା ର ଗ୍ରୀନଲ୍ୟାଣ୍ଡ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉକ୍ତ ବୈଠକ ରେ ଯୋଗଦେଇ କାହାକୁ ବିଜେଡି ଦଳ ପ୍ରାଥୀ କଲେ ବିଜୟ ଲାଭ କରିବ ସେ ସମ୍ପର୍କ ରେ ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ଓ ଦଳୀୟ କର୍ମୀ, ନେତା ମାନଙ୍କସହିତ ସବିଶେଷ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ