ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳନ
ଗଂଜାମ, (ବିନୋଦ ପଲାଇ):ଶନିବାର ଦିନ ପାଲୁର ଜଙ୍କସନ୍ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ସମେତ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳନ କରାଯାଇଥିଲା ବିଦ୍ୟାଳୟର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ପଣ୍ଡା ସମ୍ପାଦକ ରଜଂନ କୁମାର ନାହାକ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ପଣ୍ଡା ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ମହତ୍ୱ ବିଷୟରେ ପିଲା ମାନଙ୍କୁ ଅବଗତ କରାଇଥିଲେ। ଉତ୍କଳ ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟରେ ସର୍ବାଧିକ ନମ୍ବର ରଖିଥିବା ପିଲା ମାନଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରଥମ ଶ୍ରେଣୀ ସଂଜୀତ ନାହାକ, ଦ୍ବିତୀୟ ଶ୍ରେଣୀ ବୈଷ୍ଣବୀ ନାହାକ, ତୃତୀୟ ଶ୍ରେଣୀ ଆକାଶ ସାହୁ, ଚତୁର୍ଥ ଶ୍ରେଣୀ ସ୍ନେହାଶ୍ରୀ ପ୍ରଧାନ,ପଞ୍ଚମ ଶ୍ରେଣୀ ଇତିଶ୍ରୀ ସାହୁ ,ଷଷ୍ଠ ଶ୍ରେଣୀ ପ୍ରେମାନନ୍ଦ ପ୍ରଧାନ, ସପ୍ତମ ଶ୍ରେଣୀ ଶୁଭଶ୍ରୀ ନାହାକ ପୁରସ୍କାର ବିତରଣ କରାଯାଇଥିଲାବେଳେ ଗୁରୁମା ରଞ୍ଜିତା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଗୁରୁଜୀ ପ୍ରମୋଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମହାରଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ