ବଜ୍ରାଘାତରେ ଗୋଟାଏ ଛେଳି, ଗୋଟାଏ ଗାଈ ସମେତ ୧୫ ଟି ମେଣ୍ଢା ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବଜ୍ରାଘାତରେ ଗୋଟାଏ ଛେଳି, ଗୋଟାଏ ଗାଈ ସମେତ ୧୫ ଟି ମେଣ୍ଢା ମୃତ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ର ଚାଷୀ କେ, ଶଙ୍କର ପାତ୍ର ଛେଳି , ମେଣ୍ଢା, ଗାଈ କଲରାପଦର ପଂଚାୟତ ଭୁଡୁକି ଗ୍ରାମ କୁ ଚରାଇବା ପାଇଁ ନେଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ରେ ହଠାତ୍ ଝଡ଼ ତୋଫାନ ବର୍ଷା ବିଜୁଳି ଘଡ଼ଘଡ଼ି ମାରିଥିଲା ଯାହା ଫଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଶଙ୍କର ପାତ୍ରଙ୍କ ୧୫ ଟି ମେଣ୍ଢା ସହିତ ଗୋଟିଏ ଛେଳି ଓ ଗୋଟିଏ ଗାଈଙ୍କ ମୃତ ହୋଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଗୌତମୀ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ, ରାଜସ୍ବ ନୀରିକ୍ଷକ ଅଧିକାରୀ ଙ୍କ ସହିତ ଗ୍ରାମ ବାସି ଏବଂ ପଶୁ ଚିକିତ୍ସକ ପହଞ୍ଚି ସମସ୍ତ ମୃତ ପଶୁଙ୍କୁ ବ୍ୟବଚ୍ଛେଦ କରି ପୋତି ଦେଇଛନ୍ତି l କ୍ଷତିଗ୍ରସ୍ତ ଶଙ୍କର ପାତ୍ରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ