ନାବାଳିକା ଝିଅକୁ ଅପହରଣ ଅଭିଯୋଗ ଉପରେ ନିକିରାଇ ଥାନା ପୋଲିସର ଉଦାସୀନତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ନାବାଳିକା ଝିଅକୁ ବିଦ୍ୟାଳୟ ନିକଟରୁ ଅପହରଣ କରାଯାଇଥିବା ନେଇ ନିକିରାଇ ଥାନାରେ କରିଥିବା ଅଭିଯୋଗ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଓ ପୋଲିସର ଉଦାସୀନତା ବିରୋଧରେ ସଂପୃକ୍ତ ନାବାଳିକାର ପିତା ବିଜୟ କୁମାର ମଲିକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁ୍ଯାୟୀ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ଜୈନିକ ଦଳିତବର୍ଗର ନାବାଳିକା କୋରୋ ହାଇସ୍କୁଲକୁ ପାଠପଢିବାକୁ ଆସିଥିବା ବେଳେ ଗତ ମାର୍ଚ୍ଚମାସ ୨୦ତାରିଖ ପୂର୍ବାହ୍ନ ୧୦ଟା ସମୟରେ ୨ଜଣ ଯୁବକ ତାଙ୍କୁ ଏକ ବୁଲେଟରେ ଜୋରଜବରଦସ୍ତ ବସାଇ ନେଇଯାଇଥିବା ବିଦ୍ୟାଳୟ ନିକଟସ୍ଥ ଏକ ସିସି ଟିଭିରେ କଏଦ ହୋଇଥିବା ସମ୍ପର୍କରେ ଏବଂ ଅଭିଯୁକ୍ତ ଦ୍ୱୟଙ୍କ ନାମ ସଂପୃକ୍ତ ନାବାଳିକାର ବାପା ନିକିରାଇ ଥାନାରେ ସେହିଦିନ ଅଭିଯୋଗ କରିଥିଲେବି ପୋଲିସ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।


