ସଂଜୀବନୀ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ମାରୁତିଛକ ସ୍ଥିତ ସଂଜୀବନୀ ବିଦ୍ୟା ମନ୍ଦିରର ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଶ୍ରୀରାମନବମୀ ଅବସରରେ ପ୍ରତିଷ୍ଠା ଦିବସରେ ବିଦ୍ୟାଳୟ ପରିସରରେ ମା’ ଶାରଳାଙ୍କ ମେଳା ଅନୁଷ୍ଠିତ ହୋଇଥିଲା । ଏହିଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ,ଆଚାର୍ଯ୍ୟାଙ୍କ ଗହଣରେ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟଘଟ ଆବାହନ କରିଥିଲେ । ଘଣ୍ଟଘଣ୍ଟା ଓ କୀର୍ତ୍ତନରେ ଘଟକୁ ବିଦ୍ୟାଳୟକୁ ଅଣାଯିବା ପରେ ମେଳା ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ପୂର୍ଣ୍ଣାହୂତୀ ପରେ ଘଟ ବିସର୍ଜ୍ଜନ କରାଯାଇଥିଲା । ପରଦିନ ବିଦ୍ୟାମନ୍ଦିରର ସମ୍ପାଦକ ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଓମକାରନନ୍ଦ ସରସ୍ୱତୀ, କ୍ରିୟାଯୋଗ ଚିନ୍ମୟ ମିଶନ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ପ୍ରତାପ ନାୟକ, ସମ୍ମାନୀତ ଅତିଥି ଭାବେ ଅଚ୍ୟୁତ ଆଶ୍ରିତ ବାବା ମହେଶ୍ୱର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ଆଚାର୍ଯ୍ୟା ସ୍ନେହଲତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଚିତ୍ତରଞ୍ଜନ ବାର୍ଷିକ ବିବରଣୀ ପାଠ ଓ ଆଚାର୍ଯ୍ୟା ସୁଭାସିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟାମାନେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ ପ୍ରମୁଖ ଶଦାଶିବ ପଣ୍ଡିତ୍ରା, ଅଜୟ ମାହାଳିକ, ମାନସୀ ବାରିକଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


