ଚଉଦକୁଲାଟ ମହୋତ୍ସବ ଉଦ୍‌ଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ନୀଳକଣ୍ଠପୁର ଚଉଦକୁଲାଟଠାରେ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରଶାସନ ଓ ଆଧ୍ୟାତ୍ମିକ ଚେତନା କେନ୍ଦ୍ର ପକ୍ଷରୁ ଏକବିଂଶତମ ଚଉଦକୁଲାଟ ମହୋତ୍ସବ ଓ ରାବଣପୋଡି ଉତ୍ସବ ଖଳାଅଣ୍ଟାପଡିଆରେ ଅନୁଷ୍ଠିତ ହୋଇଛି । ସାତ ଦିନ ବ୍ୟାପି ଅନୁଷ୍ଠିତ ଏହି ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୁଷଣ ବେହେରା ଯୋଗଦେଇ ରାବଣକୁ ପୋଡିଦେଲେ ରାବଣ ମରିଯାଏ ନାହିଁ ଆଜିର ସମାଜରେ ମଣିଷ ମଧ୍ୟରେ ରାବଣର ପ୍ରକୃତି ଓ ଚରିତ୍ର ଭରିରହିଛି । ଏଭଳି ରାବଣ ପ୍ରତି ସଚେତନ ନହେଲେ ସମାଜ ଧ୍ୱଂସ ହୋଇଯିବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମଧୁଛନ୍ଦା ମହାନ୍ତି, ରଶ୍ମୀରଞ୍ଜନ ରାଉତ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ କୁମାର ପାତ୍ର, ଚନ୍ଦନପୁର ସରପଞ୍ଚ ରମାକାନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇ ତ୍ରେତୟା ଯୁଗରେ ସିନା ଗୋଟେ ରାବଣ ମରିଯାଇଛି କିନ୍ତୁ ଏବେ ସମାଜରେ ଶହ ଶହ ରାବଣ ସୃଷ୍ଟି ହୋଇଛନ୍ତି । ଏହି ମଣିଷ ରୂପି ରାବଣକୁ ଦମନ କରିବାକୁ ହେଲେ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡିତ ରହିବାକୁ ପଡିବ । ଫଳରେ ଭଲ ମଣିଷ ସୃଷ୍ଟି ହେବା ସହ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ କିଶୋର ଚନ୍ଦ୍ର ମିଶ୍ର, ମନୋରଞ୍ଜନ ଦାସ, ରଘୁନାଥ ମନ୍ଦିରର ସଭାପତି ପ୍ରଫୁଲ୍ଲ ଦାସ, ଦେବାଶିଷ ମହାନ୍ତି, ସୁରେଶ ଚନ୍ଦ୍ର ମହାନ୍ତି, ବନମାଳୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ