ଭୂତ କୋଠୀ ପାଲଟିଛି ସାହାସପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଜନସାଧରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଯାହାକି କେହି ମଧ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ସେବାରୁ କେହି ବଞ୍ଚିତ ନ ହୁଅନ୍ତି। ପ୍ରକୃତରେ ଦେଖିବାକୁ ମିଳିଛି ଏହାର ବିପରୀତ।ଗ୍ରାମାଞ୍ଚଳରେ ଜନସାଧାରଣ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ପାଇଁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସରକାର ଖୋଲିଛନ୍ତି। କିନ୍ତୁ ପ୍ରାଥମିକ ଚିକିତ୍ସା ମିଳିବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ।ଏଭଳି ଏକ ସ୍ଵାସ୍ଥ୍ୟ କେନ୍ଦ୍ର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହାସପୁର୍ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳୁଛି । ଆଜି ସାହାସପୂର ଗ୍ରାମର ବୃଦ୍ଧ ବୟସ ବ୍ୟକ୍ତି, ଯୁବ ଗୋଷ୍ଠି ସରପଞ୍ଚ ଶୁଶାନ୍ତ କୁମାର ସେଠୀଏବଂ ସମତି ସଭ୍ୟା ଙ୍କ ପତିନିଧି କୈଳାସ ପାତ୍ର ସ୍ଵାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା। ଅଭିଯୋଗ ପ୍ରକାରେ ସାହାସପୂର୍ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରହିଛି।ଡାକ୍ତର, ଫାର୍ମାସିଷ୍ଟ , ଆୟୁଷ ଡାକ୍ତର ,ଚାପରାସି, ସିକ୍ରୁଟିଗାର୍ଡ ନିଯୁକ୍ତି ପାଇଥିଲେ ମଧ୍ୟ ଜନସାଧାରଣଙ୍କୁ ସୁବିଧାରେ ସ୍ଵାସ୍ଥ୍ୟ ସେବା ମିଳିପାରୁନାହିଁ । ଏନେଇ ଆଜି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଆୟୁଷ ଡାକ୍ତର ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ଙ୍କୁ ଅଭିଯୋଗ କରିଛନ୍ତି ଯାହାକି ଠିକ୍ ସମୟରେ ଉପସ୍ଥିତ ରହୁନାହାନ୍ତି ।କେବେ ଆସୁଛନ୍ତି ତ କେବେ ନାହିଁ ଏନେଇ ସେ କହିଲେ ଫାର୍ମାସିଷ୍ଟ ଯଜ୍ଞାନାରାୟଣ ସାହୁ ଙ୍କୁ ପଦ୍ମନାଭପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଡେପୁଟେସନ୍ ଏବଂ ଡାକ୍ତର ଅଭିଷେକ ଆଚାର୍ଯ୍ୟ ଙ୍କୁ ଟ୍ରେନିଂ ପାଇଁ ବେଙ୍ଗଲୋର୍ ଯାଇଥିବା କହିଛନ୍ତି। ଏନେଇ ଡାକ୍ତର ଅଭିଷେକ ଆଚାର୍ଯ୍ୟ ଙ୍କୁ ପାଚାରିବାରୁ ସେ କହିଲେ ମୁଁ ଟ୍ରେନିଂ ପାଇଁ ଯାଉଛି ଆସିଲେ କଥାହେବା ଖବର ପ୍ରକାଶ କରିନାହିଁ। ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ବାହନ ଦାସ ଙ୍କୁ ପଚାରିବାରୁ ସେ କହିଲେ ଡାକ୍ତର ଅଭିଷେକ ଆଚାର୍ଯ୍ୟ ଙ୍କୁ ଟ୍ରେନିଂ ରେ ଯାଇଛନ୍ତି ଫାର୍ମାସିଷ୍ଟ ଡେପୁଡେଶନ ଯାଇଛନ୍ତି ଆୟୁଷ ଡାକ୍ତର ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ସେ ଜଣେ ଦାୟୀତ୍ବ ରେ ଅଛନ୍ତି ମୁଁ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ