‘ମିଳିତ ନିଶା ନିବାରଣ ଅଭିଯାନ’ର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):‘ମିଳିତ ନିଶା ନିବାରଣ ଅଭିଯାନ’(ମନା)ର ସପ୍ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଆତିଥ୍ୟ ଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ନିଶାମୁକ୍ତ ସମାଜ ପ୍ରତିଷ୍ଠା ନେଇ ‘ମନା’ର ଆଭିମୁଖ୍ୟ ଓ କାର୍ଯ୍ୟଧାରା ପ୍ରଶଂସନୀୟ ବୋଲି କହିଥିଲେ । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ପାଇଁ ଜନମାନସ ପ୍ରସ୍ତୁତି ନିମନ୍ତେ ବ୍ୟାପକ ଆନ୍ଦୋଳନ, ସଚେତନତା ସହ ସତସଙ୍ଗ, କାଉନସେଲିଂ ଓ ମାତୃଶକ୍ତିର ଉତ୍‌ଥାନ ଉପରେ ଶ୍ରୀ ଷଡଙ୍ଗୀ ଗୁରୁତ୍ୱାରୋପ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଶା ବିରୋଧୀ ସ୍ୱର ତୀବ୍ର କରିବା ସହ ନିଶାର ମୂଳକାରଣ ଖୋଜି ତାହାର ନିରାକରଣ ଆବଶ୍ୟକ ବୋଲି କହିଥିଲେ । ଉପଦେଷ୍ଟା ସୁବ୍ରତ କର ଓ ଡାକ୍ତର ଶ୍ରୀଶ କୁମାର ଦାଶ ଏଥିରେ ଯୋଗଦେଇ ଗ୍ରାମାଞ୍ଚଳରେ ସରକାରଙ୍କ ମଦ ଲାଇସେନସ୍ ପ୍ରଦାନ ବନ୍ଦ ନିଷ୍ପତିକୁୁ ସ୍ୱାଗତ ସହ ୧୯୫୬ ମସିହା ନିଶା ବିରୋଧି ଆଇନର ପୂର୍ଣ୍ଣ କାର୍ଯ୍ୟକାରୀତା ପାଇଁ ଦାବି ଉପସ୍ଥାପନ କରିଥିଲେ । ସଂଗଠନର ସଭାପତି ଆଇନଜୀବୀ ପ୍ରଭାକର ସାହୁ ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ । ସାଧାରଣ ସଂପାଦିକା ମମତା ମହାପାତ୍ର ଏଥିରେ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ସଂଗଠନର ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଏଥିରେ ଆୟବ୍ୟୟ ବିବରଣୀ ପେସ କରିଥିବା ବେଳେ ଉପ-ସଭାପତି ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଆଗାମୀ ବର୍ଷର କାର୍ଯ୍ୟଖସଡ଼ା ସମ୍ପର୍କରେ ସୂଚନା ଦେଇଥିଲେ । ନିଶା ବିରୋଧରେ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଥିବା ଜଳେଶ୍ୱରର ‘ବ୍ରହ୍ମମୟ ସ୍ୱୟଂ ସହାୟିକା ଗୋଷ୍ଠୀ’କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ମଂଚ ଆହ୍ୱନ କରିଥିବା ବେଳେ କଲ୍ୟାଣୀ ନନ୍ଦ ଓ ସାଥୀ ନିଶା ବିରୋଧରେ ଜାଗରଣ ସଂଗୀତ ଗାନ କରିଥିଲେ । ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଡ. କେଶବ ଚରଣ ପଣ୍ଡା ବେଦପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇମାମୀର ବରିଷ୍ଠ ଅଧିକାରୀ ମନୋଜ କୁମାର ପାଢ଼ୀ, ବ୍ଲକ ସ୍ତରର ପ୍ରତିନିଧି ଚିତ୍ତରଞ୍ଜନ ଦାସ, ଦିଲୀପ ଗିରି, ଭାରତୀ ପଣ୍ଡା, କୁମୁନ୍ଦ ରଞ୍ଜନ ଗିରି, ସାବିତ୍ରୀ ଜେନା, କମଳାକାନ୍ତ ନାୟକ, ସୁକୁମାର ରଣା ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଟାଉନ ସଭାପତି ବେଣୁଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୀତାଞ୍ଜଳି ସିଂହ, କମଳାକାନ୍ତ ଦାଶ, ଅକ୍ଷୟ ତ୍ରିପାଠୀ, ସରସ୍ୱତୀ ପଣ୍ଡା, ମୀନତି କର, ସଂହିତା ଦାସ, ସ୍ନେହଲତା ପତି, କ୍ରୀଷ୍ଣା ସାହା, ଲକ୍ଷ୍ମୀପ୍ରିୟା ଜେନା, ରମେଶଚନ୍ଦ୍ର ଜେନା, ଯୋଗେଶ ପ୍ରଧାନ, ତ୍ରିଦିବ ନାୟକ, ସଂଯୁକ୍ତା ବେହେରା, ସୁବ୍ରତା ମହାନ୍ତି, ବାସନ୍ତୀ ଦେ, ତୃପ୍ତିରାଣୀ ପାତ୍ର, ଶାନ୍ତଲତା ପଣ୍ଡା, ସଂଗୀତା ବାରିକ, କ୍ରୀଷ୍ଣା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ବସନ୍ତ ପ୍ରଧାନ ପ୍ରମୁଖ ମନା ପରିବାରର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ