ପ୍ରତାପଗିରି ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ.ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ପଞ୍ଚୁ ଦଣ୍ଡ ମହାମିଳନ ଉଛବ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି l ଏହି ପଞ୍ଚୁଦଣ୍ଡ ମହା ମିଳନ ରେ ଅଂଶ ଗ୍ରହଣ କରିଥିବା ଦଣ୍ଡୁଆ ଦଳ ମଧ୍ୟରେ କୋଳିଦାସପୁର, ହିଞ୍ଜିଳି ଶାସନ ପାର୍ଟି, କବିସୂର୍ଯ୍ୟନଗର ମାଝୀ ପାର୍ଟି, ରାଉଳପଲ୍ଲୀ, ଜାହାଡ଼ା ଅଂଶ ଗ୍ରହଣ କରିଥିଲେ । ସମାଜ ସେବୀ ମଙ୍ଗୁଳୁ ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ କମିଟି କର୍ମକର୍ତ୍ତା ଗ୍ରାମବାସୀ ଙ୍କ ସହଯୋଗରେ ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ରୀତିନୀତି ଅନୁଯାୟୀ ପଞ୍ଚୁଦଣ୍ଡ ମହା ମିଳନ କମିଟି ପକ୍ଷରୁ ସକାଳେ ମାଁ ଙ୍କୁ ଆବାହନ ପରେ ଖରାବେଳେ ଧୁଳି ଦଣ୍ଡ, ପରେ ଗ୍ରାମ ପୋଖରୀରେ ପାଣି ଦଣ୍ଡ ଓ ସଂଧ୍ୟାରେ ପଞ୍ଚସମ୍ଭୁଙ୍କ ମହାମିଳନ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ଆଳତି ଦେଖିବା ପାଇଁ ୨୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନ ଙ୍କ ଭିଡ଼ ଜମିଥିଲା। ରାତ୍ରୀରେ ଦଣ୍ଡ କାଳିଙ୍କର ଅନ୍ନ ଭୋଗ ପରେ ଦଣ୍ଡ ନାଚ ଭୁକ୍ତା ଓ ଗ୍ରାମବାସୀ ପ୍ରସାଦ ସେବନ ପରେ କାଳି ନାଚ ଆରମ୍ଭ ହୋଇ ବିଭିନ୍ନ ସାମାଜିକ ନାଟକ ପରିବେଷଣ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମଦେଖିବା ପାଇଁ ଅଞ୍ଚଳର କ ୨୫ ହଜାରରୁ ଉର୍ଦ୍ଧ୍ବ ଲୋକ ଙ୍କ ଜନ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ଥାନା କର୍ମଚାରୀମାନଙ୍କୁ ନେଇ ଶ୍ରୁଙ୍ଖଳାର ସହକାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ