ସର୍ବ ଭାରତୀୟ ଅବସରପ୍ରାପ୍ତ ସଂଘ-ଗଂଜାମ ଶାଖା ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ସର୍ବ ଭାରତୀୟ ପେନସନରସ୍ ମହାସଂଘର ନିଷ୍ପତ୍ତି ଓ ନିର୍ଦ୍ଦେଶ ତଥା ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ବାନ କ୍ରମେ ଏବଂ ଦେଶର ସମସ୍ତ ଜିଲ୍ଲାରେ ଧାରଣା ପ୍ରଦାନ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ଭାରତର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।ବିଶେଷ କରି ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଭତ୍ତା ପ୍ରଦାନ, ସପ୍ତମ ବେତନ କମିଶନରଙ୍କ ଅବିକଳ ସୁପାରିଶ ଗ୍ରହଣ,ପ୍ରଥମ ଫର୍ମୁଲା ଅନୁଯାୟୀ ପେନସନ୍ ନିର୍ଦ୍ଧାରଣ, ୬୫ ବର୍ଷ ବୟସରେ ଅତିରିକ୍ତ ପେନସନ୍ ନିର୍ଦ୍ଧାରଣ, ୧୮ ମାସର ଅତିରିକ୍ତ ମହଙ୍ଗାଭତ୍ତା ପ୍ରଦାନ, ପୂର୍ବଭଳି ୧୨ବର୍ଷରେ କମ୍ଯୁଟେସନ ପ୍ରଦାନ, ନୂତନ ପେନସନ୍ ବ୍ଯବସ୍ଥା ବାତିଲ କରି ପୁରୁଣା ପେନସନ୍ ପ୍ରଚଳନ କରିବା ଦାବୀ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ଗଂଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ର ସଭାପତି କାମରାଜୁ ମହାରଣା ଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ଶ୍ଯାମସୁନ୍ଦରପୁର ଖାଡଙ୍ଗା ଯୋଗଦେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ବୈମାତୃକ ମନୋଭାବର ସମାଲୋଚନା କରି ପେନସନର୍ସ ମାନଙ୍କ ଯୁକ୍ତିଯୁକ୍ତ ଦାବୀ ପୂରଣ ନକଲେ ଆଗାମୀ ଦିନରେ ମହାସଂଘ ତରଫରୁ ଦୁର୍ବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚରମ ବାଣୀ ଶୁଣାଇବା ଥିଲେ ।ଅନ୍ଯ ମାନଙ୍କ ମଧ୍ୟରେ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, କାର୍ଯ୍ଯକାରୀ ସଭାପତି କେ.କୃଷ୍ଣ ମୂର୍ତ୍ତି,ସଂପାଦକ ପ୍ରଦୀପ କୁମାର ସାହୁ,ପୁରୁଷୋତ୍ତମପୁର ବ୍ଳକ ସଭାପତି ନରସିଂହ ପଣ୍ଡା ,ବିଭୂତି ଭୂଷଣ ଜେନା, ସୋମନାଥ ସାହୁ,ଉପେନ୍ଦ୍ର ନାୟକ , ବିଜୟ କୁମାର ବିଶ୍ବାଳ,ରାଧାଶ୍ଯାମ ପଣ୍ଡା,ସୁବିଷ ମିଶ୍ର,ଇ,କନ୍ଯାକୁମାରୀ,ବିପିନ ଚନ୍ଦ୍ର ଶତପଥୀ,ବାଳକୃଷ୍ଣ ମହାରଣା,କୈବଲ୍ଯ ପ୍ରଧାନ,ମାଧବ ବିଷୋୟୀ(୮୦ ବର୍ଷ),ଅଶୋକ କୁମାର ଦଳେଇ,ରାଜେଶ୍ବର ପାତ୍ର ପ୍ରମୁଖ ପେନସନର୍ସ ମାନଙ୍କ ଦାବୀ ଉପରେ ବକ୍ତବ୍ଯ ରଖି ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ସମସ୍ତ ବ୍ଲକ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ସଂଘର କାର୍ଯ୍ୟକାରୀ କମିଟି ସଭ୍ଯବୃନ୍ଦ ଅଂଶଗ୍ରହଣ କରିଥିଲେ ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା


