ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦାବୀରେ କୁଶ ପୁତ୍ତଳିକା ଦାହ

ବ୍ରହ୍ମପୁର, (ଅନିଲ କୁମାର):ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ ସରକାରରେ ଯୌନ କେଳେଙ୍କାରିରେ ଲିପ୍ତ ଥିବା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦାବୀରେ ବିଜେପି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର ସ୍ଥିତ କମାପଲ୍ଲୀ ଛକ ଠାରେ କୁଶ ପୁତ୍ତଳିକା ଦାହ କରାଯାଇଛି । ଓଡ଼ିଶାରେ ମା’କୁ ସମ୍ମାନ ବୋଲି ନାରା ଦେଉଥିବା ନବୀନ ସରକାର ପ୍ରକୃତରେ ମା’ର ରକ୍ଷକ ନୁହେଁ ମା’ର ଭକ୍ଷକର ସରକାର । ବିଜୁ ଜନତା ଦଳର ଶାସନ କାଳରେ ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନୁହନ୍ତି । ରାଜ୍ୟରେ ମହିଳା ମାନଙ୍କ ଉପରେ ଅତ୍ୟାଚାର, ବଳତ୍କାର,ହତ୍ୟା,ଲୁଣ୍ଠନ ଭଳି ଘଟଣା ପ୍ରତିଦିନ ଘଟୁଥିବା ବେଳେ ଏଥିରେ ଶାସକ ଦଳର କର୍ମୀ,ନେତାଙ୍କ ଠାରୁ ଆରମ୍ଭ କରି ବିଧାୟକ,ମନ୍ତ୍ରୀ ମାନଙ୍କର ମଧ୍ୟ ସଂପୃକ୍ତି ରହିଛି । ଏଭଳିକି ବିଜୁ ଜନତା ଦଳର ମହିଳା ନେତ୍ରୀ ମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ନିଜ ଦଳର ମହିଳା ନେତ୍ରୀ ରାଜ୍ୟ ଶାସନରେ ଥିବା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପରେ ବଳତ୍କାର ଅଭିଯୋଗ ଆଣିଛନ୍ତି । ଭାରତୀୟ ଜନତା ଯୁବମୋର୍ଚ୍ଚା ଦୁଇ ତିନି ଦିନର ଘଟଣାରୁ ହୃଦବୋଧ କରୁଛିଯେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଠାରୁ ଆରମ୍ଭ କରି ଶାସନରେ ଥିବା ବହୁ ମନ୍ତ୍ରୀ ଯୌନ ଶୋଷଣ ବିପାସୁ ଧର୍ଷଣ ଅପରାଧରେ ସାମିଲ ଅଛନ୍ତି କିନ୍ତୁ ନିଜ ଦଳର ଜଣେ ମହିଳା ସାମ୍ନାକୁ ଆସି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଥାନାରେ ମାମଲା ଦେବା ଓ ପରବର୍ତୀ ସମୟରେ ମାମଲା ରୁଜୁ ହେବା ପରେ ଯେଉଁ ଘଟଣା ସାମ୍ନାକୁ ଆସିଛି ଯୁବମୋର୍ଚ୍ଚା ହୃଦବୋଧ କରୁଛି ଏବଂ ସରକାରରେ ଜଣେ ମନ୍ତ୍ରୀ ଥାଇ କେବେବି ଜଣେ ମହିଳାଙ୍କୁ ନ୍ୟାୟ ମିଳିପାରିବ ନାହିଁ l ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବ ରହିବା ଦୁର୍ଭାଗ୍ୟଜନକ l ଏହା ପୂର୍ବରୁ ମଧ୍ୟ୍ୟ ତିର୍ତ୍ତୋଲ ବିଧାୟକଙ୍କ ଘଟଣାକ୍ରମ ଓଡିଶା ବାସୀ ଦେଖିଛନ୍ତି, ପୀଡିତା କିପରି ବାରମ୍ବାର ନ୍ୟାୟ ମାଗିଛନ୍ତି କିନ୍ତୁ ସରକାର ନ୍ୟାୟ ଦେବାରେ ଅକ୍ଷମ ଏବଂ ବିଧାନସଭାରେ ମଧ୍ୟ୍ୟ ପଶ୍ନ ଉଠିଛି କିନ୍ତୁ ତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ହୋଇଛନ୍ତି l ଶ୍ରମ ମନ୍ତ୍ରୀଙ୍କୁ ବହିସ୍କାର କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଯୁବମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । ଯଦି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ନ ଦିଅନ୍ତି ତା ହେଲେ ଆଗାମୀ ଦିନରେ ସେ ରାଜ୍ୟର ଯେଉଁ ସ୍ଥାନକୁ ଯିବେ ସେ ଜାଗାରେ ଯୁବମୋର୍ଚ୍ଚା ବିରୋଧ କରିବ ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ଚେତାବନୀ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ବାପି ପ୍ରଧାନ, ମହେଶ ତ୍ରିପାଠୀ,ବି.ରବି ରାଓ,ଲଳିତ ବିଷୋୟୀ, ମହେଶ୍ୱର ସାହୁ,ସୁମିତ୍ ପାତ୍ର,ଜି.ନାରାୟଣ,ଦେବୁନ ପଟ୍ଟନାୟକ,କାଳୁ ମଣ୍ଡଳ,ଆକାଶ ଗୌଡ଼,ନୀଳମଣି ପାଣିଗ୍ରାହୀ,ଶ୍ରୀନିବାସ ମଣ୍ଡଳ,ଡ଼ି.ଅନିଲ ରାଓ,ତୁମ୍ବେଶ୍ୱର ନାୟକ,ଅର୍ଜୁନ ଜେନା,ବିଜେପି ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ମନୋଜ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,‌ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ବନ୍ଦିତା ତ୍ରିପାଠୀ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ପ୍ରମୋଦ ମଣ୍ଡଳ,ଶ୍ରୀରାମ ଦୀନଦୟାଲ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ