ଭୀମଟାଙ୍ଗିରେ ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୪ ତମ ଜୟନ୍ତୀ ସମାରୋହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୀମଟାଙ୍ଗି ଉନ୍ନୟନ ପରିଷଦର ପ୍ରତିଷ୍ଠାତା ସଭାପତି ତଥା ପ୍ରଖ୍ୟାତ ଲେଖକ, ଅନୁବାଦକ ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୪ ତମ ଜୟନ୍ତୀ ଭୀମଟାଙ୍ଗରେ ପରିଷଦ ପକ୍ଷରୁ ସ୍ଥାନୀୟ ଗୋଷ୍ଟିକେନ୍ଦ୍ରଠାରେର ପାଳିତ ହୋଇଯାଇଛି । ପରିଷଦର ସଭାପତି ପୁରୁଷୋତମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ରଘୁନାଥ ମିଶ୍ର, କୃଷ୍ଣଚନ୍ଦ୍ର ବଡ଼ୁ, କାଶିନାଥ ସାହୁ, ଲକ୍ଷ୍ମୀଧର ପଣ୍ଡା, କର୍ପୋରେଟର ଶିବ ନାରାୟଣ ରାୟ, ଡକ୍ଟର ରମେଶ ଚନ୍ଦ୍ର ପାଣି, ଡକ୍ଟର ଦେବାଶିଷ ମହାପାତ୍ର, ଉପ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ଗଣେଶ ଚନ୍ଦ୍ର ପ୍ରଧାନ, ବିଷ୍ଣୁ ଚରଣ ପ୍ରଧାନ, ଚିତ୍ରସେନ ବିଶୋୟୀ, ବିଶ୍ୱ ରଞ୍ଜନ ଚୌଧୁରୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ପଣ୍ଡିତ ନୀଳମଣି ମିଶ୍ରଙ୍କ ନାମରେ ପୁନମାଗେଟ୍ ଫ୍ଲାଏଓଭର ଛକରୁ ଲିଙ୍ଗରାଜ ଷ୍ଟେସନ୍ ପର୍ଯ୍ୟନ୍ତ ରାସ୍ତାକୁ ‘ପଣ୍ଡିତ ନିଳମଣି ମାର୍ଗ’ କରିବାକୁ ଦାବି କରିଥିଲେ ।


