ନିର୍ମଳାଙ୍କ ବଜେଟ ଟିମ୍‌ରେ ଖାଲିପଡିଛି ୨ ପ୍ରମୁଖ ପଦ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଦ୍ୱିତୀୟ ଇନିଂସ ଦ୍ୱିତୀୟ ସାଧାରଣ ବଜେଟ ପ୍ରସ୍ତୁତି ଏବେ ଜୋରସୋରରେ ଆରମ୍ଭ ହୋଇଯାଇଛି । ତେବେ ସୂଚନା ଅନୁସାରେ ଅର୍ଥ ମନ୍ତ୍ରଣାଳୟର ବଜେଟ ଟିମ୍‌ରେ ୨ଟି ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ପଦ ଖାଲି ରହିଛି । ଗୋଟିଏ ହେଉଛି ପୂର୍ଣ୍ଣକାଳୀନ ବ୍ୟୟ ସଚିବ ପଦ ଏବଂ ଅନ୍ୟଟି ଯୁଗ୍ମ ସଚିବ (ବଜେଟ) ପଦ । ଏହି ପଦଟି ଗତ ୩ମାସ ଧରି ଖାଲି ପଡିଛି ।
ସାଧାରଣ ବଜେଟ ଫେବୃଆରୀ ୨୦୨୦ରେ ଉପସ୍ଥାପିତ ହେବ । ବର୍ତ୍ତମାନର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିକୁ ନେଲେ ଏହି ବଜେଟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିଳ୍ପପତିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଏହି ବଜେଟରୁ ବଡ ଆଶା ରଖିଛନ୍ତି । ବର୍ତ୍ତମାନ ଅଭିବୃଦ୍ଧି ହାର ୪.୫% ରହିଥିଲାବେଳେ ବଜେଟ ଟିମ୍‌ର ଖାଲି ପଦକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ବଜେଟ ପ୍ରକି୍ରୟାରେ ଯୁଗ୍ମ ସଚିବ (ବଜେଟ)ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିସି ମୁର୍ମୁଙ୍କୁ ଜମୁକାଶ୍ମୀରର ଉପରାଜ୍ୟପାଳ ନିଯୁକ୍ତ କରାଯିବା ପରେ ବ୍ୟୟ ସଚିବ ପଦ ଖାଲି ପଡିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ