ଭାଗବତ ଟୁଙ୍ଗିର ଲୋଗୋ ଉନ୍ମୋଚନ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାଠିଆସରା ସ୍ଥିତ ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିର ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅକରୁଆ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଚତୁର୍ଭୁଜ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ଡ. ଅଶୋକ କୁମାର ପୁହାଣ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଭାଗବତକାର ବେଲାଳସେନ ପତି, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ ନିତ୍ୟାନନ୍ଦ ନାୟକ, ବଉଳା ସାହିତ୍ୟ ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା ପ୍ରମୁଖ ଯୋଗଦେଇ ଭାଗବତ ସମ୍ପର୍କିତ ଆଲୋଚନାକୁ ଉପସ୍ଥାପିତ କରିଥିଳେ । ପ୍ରତିଭା ପ୍ରଣାମମଞ୍ଚର ଆବାହକ ରତ୍ନାକର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଟୁଙ୍ଗିର ସଭାପତି ତଥା କବୟତ୍ରୀ ବିଦୁ୍ୟତପ୍ରଭା ଦେଓ, ପ୍ରାରମ୍ଭିକ ସୁଚନା ଦେଇଥିବାବେଳେ ସମ୍ପାଦିକା ସୁବାସିନୀ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ରତ୍ନାକର ସ୍ୱାଇଁ, ରବିନ୍ଦ୍ର ବେହେରା, ମାର୍କଣ୍ଡ ନାୟକ, ହିମାଂଶୁ ସାମଲ, ଦୟାନିଧି ସାମଲ, ହେମନ୍ତ ନାୟକ, ଲକ୍ଷ୍ମୀଧର ବେହେରା ପ୍ରମୁଖ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ମମତା ଜେନା ଧନ୍ୟବାଦ ଅର୍ପଣ କରିଥିବାବେଳେ ମହିଳା ଭାଗବତ ଟୁଙ୍ଗିର ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।