ବିଜୁ ବାବୁଙ୍କ ତିରୋଧାନ ଦିବସ ପାଇଁ ପ୍ରସ୍ତୁତି ବୈଠକ
ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଓ ବୁଗୁଡାରେ ବିଜୁ ବାବୁଙ୍କ ୨୭ ତମ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ଦିନ ପାଳନ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଳକ ଓ ଏନଏସି ବିଜେଡି ପକ୍ଷରୁ ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଏପ୍ରିଲ ୧୬ ତାରିଖ ଦିନ ବ୍ଳକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ ତମ ତିରୋଧାନ ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ , ସମୀର ସ୍ବାଇଁ , ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ସୁକାନ୍ତ ଭୂୟାଁ, ଘନଶ୍ୟାମ ଦାସ, ସରପଞ୍ଚ ଦୀପିକା ବାରିକ, ଆସିକା କେନ୍ଦ୍ର ବ୍ଯାଙ୍କ ସଭାପତି ରଞ୍ଜନ ସାହୁ, ନରେନ୍ଦ୍ର ଦେବତା, ପୀତବାସ ପ୍ରଧାନ, ମହିଳା ବିଜେଡି ସଭାପତି କନକ ମଞ୍ଜରୀ ରାଉତ ସମେତ ବହୁ ସରପଞ୍ଚ, ସମିତି ମେମ୍ବର ଓ ବିଜେଡି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ। ସେହିପରି ବୁଗୁଡା ବ୍ଳକ ଓ ଏନଏସି ବିଜେଡି ପକ୍ଷରୁ ବିଜୁ ସେବା ସଦନ ରେ ବୁଗୁଡା ବ୍ଳକ ସଭାପତି ମଦନ ଗୋପାଳ ଦୋରାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବସନ୍ତ କୁମାର ଦଳେଇ, ବିଚିତ୍ର ନାୟକ, ସୁବ୍ରତ ରାଖେଲ ଦାସ, ମୁକୁନ୍ଦ ନାୟକଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ଯ, ବିଜେଡି କର୍ମକର୍ତ୍ତା ଯୋଗଦେଇଥିଲେ।ଆସନ୍ତା କାଲି ହେବାକୁ ଥିବା କାର୍ଯ୍ୟକ୍ରମ ନେଇ ଉଭୟ ବ୍ଳକର କର୍ମକର୍ତ୍ତା ମାନଙ୍କ ଉପସ୍ଥିତରେ ଏକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।