‘ବିଇଏମଟି’ରେ କ୍ୟାମ୍ପସ ଚୟନ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାର ଅନ୍ୟତମ ବୈଷୟିକ ଶିକ୍ଷାନୁଷ୍ଠାନ ‘ଭାରତ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜି’(ବିଇଏମଟି) ପକ୍ଷରୁ କ୍ୟାମ୍ପସ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ଟ୍ରଷ୍ଟର ଚେୟାରମ୍ୟାନ ଡ. ଶ୍ରୀମାନ ଶ୍ରୀଚନ୍ଦନ ଏଥିରେ ଅଧ୍ୟକ୍ଷତା କରିବା ସହ ଗୁଣାତ୍ମକ ଶିକ୍ଷାଦାନ ସାଙ୍ଗକୁ ଛାତଛାତ୍ରୀଙ୍କ ନିଯୁକ୍ତିକୁ ଏହି ଶିକ୍ଷାନୁଷ୍ଠାନ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି କହିଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ଏହି ପ୍ରକ୍ରିୟାରେ ଚୟନ ଛାତ୍ରଛାତ୍ରୀ ମ୍ୟାନେଜମେଣ୍ଟ ଶିକ୍ଷା ସହ ୬ ମାସ ପାଇଁ ଆଭାସିରେ ପ୍ରଶିକ୍ଷଣ ନେବେ । ଛାତ୍ରଛାତ୍ରୀଙ୍କ ମ୍ୟାନେଜମେଣ୍ଟ କୋର୍ସ ଶେଷ ପରେ କମ୍ପାନୀର ବେଙ୍ଗାଲୁରୁ କ୍ୟାମ୍ପସରେ ସେମାନଙ୍କୁ ନିୟମିତ ନିଯୁକ୍ତି ଦିଆଯିବ । ଏହି ଟ୍ରେନିଂ ଅବଧି ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କମ୍ପାନୀ ପକ୍ଷରୁ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ବୋଲି ଡକ୍ଟର ଶ୍ରୀଚନ୍ଦନ ସୂଚନା ଦେଇଛନ୍ତି । ଶିକ୍ଷାନୁଷ୍ଠାନର ଟ୍ରଷ୍ଟି ଅସିତ ଦାସ, ଡାକ୍ତର ଆକାଶ ମୋଦି ଓ ମନୋଜ କୁମାର ଜେନା ପ୍ରମୁଖ ଏଥିରେ ଉପସ୍ଥିତ ରହି ଭାରତ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜିର ଶିକ୍ଷାଦାନ ଧାରା ଓ ନିୟମିତ ହବାକୁ ଯାଉଥିବା କ୍ୟାମ୍ପସ ଚୟନ ସମ୍ପର୍କରେ ସୂଚନା ଦେଇଥିଲେ । ଡାଇମଣ୍ଡ ପ୍ରୋସେସିଂ ଓ ଏକ୍ସପୋର୍ଟ ବ୍ୟବସାୟ କରୁଥିବା ବେଙ୍ଗାଲୁରୁର ସତ୍ୟବ ଗ୍ରୁପ ଅଫ କମ୍ପାନୀଜର ମ୍ୟାନେଜିଂ ଡାଇରେକ୍ଟର ଉପେନ୍ଦ୍ର କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବାଲେଶ୍ୱର ଜିଲ୍ଲା ନିଜ ଜନ୍ମସ୍ଥାନ ହୋଇଥିବାରୁ ଏଠାରୁ ସଂଖ୍ୟାଧିକ ଆଶାୟୀଙ୍କୁ ନିଯୁକ୍ତିର ସୁଯୋଗ ଦେବା ପାଇଁ ସେ ପ୍ରୟାସ ଜାରି ରଖିଥିବା କହିଥିଲେ । ଚୟନ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିର ପ୍ରଥମ ସୋପାନ ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ଯୋଗାଇ ଦେବା ସତ୍ୟବ ଗ୍ରୁପ ଅଫ କମ୍ପାନୀଜ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ‘ବିଇଏମଟି’ର ଅଧ୍ୟକ୍ଷ ଶେଖ ଗିୟାସୁଦ୍ଦିନ ଏହି ଚୟନ ପ୍ରକ୍ରିୟା ପରିଚାଳନା କରିଥିବା ବେଳେ ଚତ୍ତରଞ୍ଜନ ନାୟକ, ସଗୁପ୍ତା କ୍ୱାଦ୍ରି, ଶୁଭଲକ୍ଷ୍ମୀ ସାହୁ, ପଙ୍କଜ କୁମାର ମହନ୍ତ, ପ୍ରେମଜିଲ୍ ସିଂହ, ନିର୍ମଳ ସେଠୀ ପ୍ରମୁଖ ଅନୁୁଷ୍ଠାନର କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ