କାନପୁର ହରିହାଟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ସୋସୋ ପଞ୍ଚାୟତ କାନପୁର ଭାଗବତ ଟୁଙ୍ଗୀରେ ପ୍ରତିବର୍ଷ ପରି ଚଳିତ ବର୍ଷ ୯ଦିନ ବ୍ୟାପି ପାଳିତ ହେଉଥିବା କାନପୁର ହରିହାଟ ଉସôବରେ ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ, ହରିକଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶହଶହ ଗ୍ରାମବାସୀ ମନଭରି ଉପଭୋଗ କରିଛନ୍ତିି । ଆୟୋଜିତ ସଚେତନଧର୍ମୀ ସଭାକୁ ସମାଜସେବୀ ମାନସ କୁମାର ମହାପାତ୍ର ମଞ୍ଚ ପରି•ଳନା କରିଥିଲେ । ସନାତନ ମହାପାତ୍ରଙ୍କ ସଭାପତିତ୍ୱରେ ସମାଜସେବୀ ମହେନ୍ଦ୍ର କୁମାର ବେହେରା, ସାହିତି୍ୟକ ସୁନନ୍ଦରାଣୀ ସ୍ୱାଇଁ, ସନାତନ ରାଉତ, ଗୋପବନ୍ଧୁ ପାଣିଗ୍ରାହୀ, ପୁରୁଷୋତ୍ତମ ରାଉତ, ଶିକ୍ଷାବିତ ହରମୋହନ ପଣ୍ଡା, କହ୍ନେଇ ଚରଣ ଜେନା, ଅକ୍ଷୟ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଳନ୍ଦୀ ଅବବାହିକାରେ ଅବସ୍ଥିତ କାନୁପୁର ଗ୍ରାମରେ ଶହଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ଉସôବ ବିଷୟରେ ଆଲୋକପାତ କରିବା ସହିତ ଏଠାରେ ହେଉଥିବା ଧାର୍ମିକ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣଙ୍କ ଉପରେ ଗଭୀର ପ୍ରଭାବ ପକାଇ ପାରିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ମହାରଣା, ସାମ୍ବାଦିକ ହେମନ୍ତ କୁମାର ସିଂହ, ଶଶୀଭୂଷଣ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଗତ ଦୁଇଦିନ ଧରି ମନ୍ଦିରା ଡ଼୍ୟାନ୍ସ ଏକାଡ଼େମୀ ଓ ସଂ•ର ନୃତ୍ୟାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଏହାକୁ ଗ୍ରାମବାସୀମାନେ ମନଭରି ଉପଭୋଗ କରିଥିଲେ । ଏହି ଅବସରରେ ସଂ•ର କଳା ଅନୁଷ୍ଠାନର ନୃତ୍ୟଗୁରୁ ଶୁଭେନ୍ଦୁ ଲେଙ୍କା ଓ ମନ୍ଦିରା ନୃତ୍ୟାନୁଷ୍ଠାନର ଅଧ୍ୟକ୍ଷା ଶ୍ୱେତପଦ୍ମା ଦାସ ବେହେରାଙ୍କୁ କମିଟି ପକ୍ଷରୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁନି ନୃତ୍ୟଶିଳ୍ପୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବୃନ୍ଦାବନ ବେହେରା, ବିଜୟ କୁମାର ସାମଲ, ଲକ୍ଷ୍ମଣ ମହାପାତ୍ର, ବାବାଜି ବେହେରା, ଅଲେଖ ବେହେରା, ପ୍ରଦିପ୍ତ ମହାପାତ୍ର, ସୁଦାମ ଜେନା ପ୍ରମୁଖ ପରି•ଳନାରେ ସହଯୋଗ କରିଥିଲେ ।


