ବୃଦ୍ଧବୃଦ୍ଧା ଙ୍କ ଗହଣରେ ଜନ୍ମଦିନ ପାଳିଲେ ମନ୍ତ୍ରୀ ସମୀର ଦାଶ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ର ଶୁକ୍ରବାର ଥିଲା ଜନ୍ମଦିବସ। ନିମାପଡ଼ା ସ୍ଥିତ ପତିତ ପାବନ ସେବାସଂଘ ଠାରେ ମନ୍ତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବା ସହିତ ପତିତପାବନ ସେବାସଂଘରେ ଥିବା ୭୫ ରୁ ଉର୍ଦ୍ଧ୍ବ ବୃଦ୍ଧବୃଦ୍ଧା ଓ ଅଧ୍ୟୟନ କରୁଥିବା ଶତାଧିକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ମିଠା ଖୁଆଇଥିଲେ। ପରେ ସେଠାରେ ଥିବା ଗୋମାତା ଙ୍କୁ ଘାସ ଖାଇବାକୁ ଦେବା ସହିତ ପୂଜାର୍ଚ୍ଚନା କରି ଜନ୍ମ ଦିନ ର ଆଶ୍ରିବାଦ ଭିକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ଦାଶ ଙ୍କ ଜନ୍ମ ଦିନ ପାଳନ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ଖଟୋଇ, ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ତଥା ପତିତପାବନ ସେବାସଂଘର ସଂପାଦକ ଅବସରପ୍ରାପ୍ତ ଅଧ୍ୟକ୍ଷ ଜଗତ ପ୍ରସାଦ ସାବୁତ, ସାଂସଦ ଙ୍କ ପ୍ରତିନିଧି ସନାତନ ପ୍ରଧାନ, ଏସଡିପିଓ ଦେବାଶିଷ ମିଶ୍ର, ଆଇଆଇସି ଶଙ୍କର୍ଷଣ ଦଳାଇ, ବସନ୍ତ କୁମାର ପାତ୍ର ଙ୍କ ସମେତ ବହୁ ବିଜେଡି ନେତା କର୍ମୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ