ସିମିଳିଆରେ ଅଗ୍ନିକାଣ୍ଡ, ୪ବଖରା ଘର ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ସିମିଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ୪ବଖରା ଘର ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ ହୋଇଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଆଜି ସକାଳେ ଗ୍ରାମର ପ୍ରଶାନ୍ତ ପହିଙ୍କ ଘରେ ରୋଷେଇ ଚାଲୁଥିବା ସମୟରେ ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟି ଚତୁର୍ଦିଗକୁ ବ୍ୟାପି ଯାଇଥିଲା । ଏପରିକି ନିଆଁର ପ୍ରକୋପ ଯୋଗୁଁ କେହି ଘର ଭିତରକୁ ପସି ପାରିନଥିଲେ । ଫଳରେ ପ୍ରଶାନ୍ତ ପହିଙ୍କ ୨ବଖରା, ମଧୁସୁଦନ ବେହେରାଙ୍କ ଏକ ବଖରା, ପ୍ରାଣନାଥ ପହିଙ୍କ ଏକ ବଖରା ଏହିପରି ମୋଟ ୪ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ପ୍ରଶାନ୍ତଙ୍କ ଘରେଥିବା ନଗଦ ଦେଢ଼ଲକ୍ଷ ଟଙ୍କା, ସମେତ ଘରେଥିବା ଧାନ, ଚାଉଳ, ଟିଭି, ଫ୍ରିଜ ଓ ଘରର ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ହାଯଡିହି ଅଘ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଖବରପାଇ ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ବଡରମ୍ପାସ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ତହସିଲ ପକ୍ଷରୁ ବିପନ୍ନ ପରିବାରକୁ ପଲିଥିନି ଯୋଗାଇ ଦିଆଯାଇଥିବାବେଳେ ପଞ୍ଚାୟତ ପକ୍ଷରୁ ଚୁଡା, ମୁଢ଼ି, ଗୁଡ ସହିତ ସମସ୍ତଙ୍କୁ ପିନ୍ଧିବାପାଇଁ ଲୁଗାପଟା ଯୋଗାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ