ମହଙ୍ଗା ହେବ ସାମଗ୍ରୀ

ନୂଆଦିଲ୍ଲୀ, (ଏଜେନ୍ସି): ୧ରୁ ଆରମ୍ଭ ହେବାକୁ ଥିବା ନୂଆ ଆର୍ଥିକ ବର୍ଷରେ ସାଧାରଣ ଲୋକଙ୍କୁ ଅନେକ ଆଶ୍ୱସ୍ତି ପୂର୍ଣ୍ଣ ସାମଗ୍ରୀ ମିଳିବା ସହିତ ବର୍ଦ୍ଧିତ ମୂଲ୍ୟର ମଧ୍ୟ ସମ୍ମୁଖିନ ହେବାକୁ ପଡ଼ିବ । ନୂଆ ନିୟମ ଅଧିନରେ ବଡ଼ ଧରଣର ପରିବର୍ତ୍ତନ ହେବ । ଯାହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବାର ସମ୍ଭାବନା ରହିଛି ।
ବଢ଼ିବ ପ୍ରାକୃତିକ ଗ୍ୟାସ୍ ମୂଲ୍ୟ: ଆଗାମୀ ଦିନରେ ପ୍ରାକୃତିକ ଗ୍ୟାସ୍ ମୂଲ୍ୟରେ ୧୦% ବୃଦ୍ଧି ହେବାର ସମ୍ଭାବନା ରହିଛି । ଗ୍ୟାସ୍ ପାଇଁ ପ୍ରାଇସ୍ କ୍ୟାପ୍ ୨୧% ପର୍ଯ୍ୟନ୍ତ ବଢ଼ିଛି । ଏପରି ହେବା ଦ୍ୱାରା ଗ୍ୟାସ୍ ପ୍ରଡ଼୍ୟୁସ୍କାରୀ କମ୍ପାନୀଗୁଡ଼ିକ ଯେପରି ଓଏନ୍ଜିସି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କୁ ଲାଭ ମିଳିବ ହେଲେ ଘର ଓ ଫ୍ରାକ୍ଟ୍ରୀରେ ଇନ୍ଧନ (ପିଏନ୍ଜି)ର ବ୍ୟବହାରକାରୀ ଲୋକଙ୍କୁ ଝଟ୍କା ଲାଗିବ । ଏଥିସହିତ ଅଟୋ ଭଡ଼ାରେ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରକାଶ ଯେ ସରକାର ପ୍ରାକୃତିକ ଗ୍ୟାସ୍ ମୂଲ୍ୟରେ ୧୦% ବୃଦ୍ଧି କରିଛନ୍ତି । ସୂଚନାନୁସାରେ ଏପ୍ରିଲ୍-ସେପ୍ଟେମ୍ବର ପାଇଁ ଗ୍ୟାସ୍ ମୂଲ୍ୟ ୩.୩୬/ଜ୍ଞଜ୍ଞଭଗ୍ଧଙ୍କରୁ ବୃଦ୍ଧି ପାଇ ୩.୬୯/ଜ୍ଞଜ୍ଞଭଗ୍ଧଙ୍କ ଧାର୍ଯ୍ୟ କରାଯାଇଛି । ଏହି ମୂଲ୍ୟ ଅକ୍ଟୋବର ୨୦୧୫ରୁ ମାର୍ଚ୍ଚ ୨୦୧୬ପରେ ସର୍ବାଧିକ ବୋଲି ଉଲ୍ଲେଖ କରାଯାଇଛି । ସରକାରଙ୍କ ପକ୍ଷରୁ ବର୍ଦ୍ଧିତ କରାଯାଇଥିବା ପ୍ରାକୃତିକ ଗ୍ୟାସ୍ର ନୂଆ ମୂଲ୍ୟ ଚଳିତ ମାସ ଏପ୍ରିଲ ୧ରୁ ଲାଗୁ ହେବ । ଏହାପରେ ରୋଷେଇ ଗ୍ୟାସ୍ (ପିଏନ୍ଜି) ଓ ସିଏନ୍ଜିର ମୂଲ୍ୟରେ ବୃଦ୍ଧି ହେବା ନିଶ୍ଚିତ ବୋଲି ଉଲ୍ଲେଖ କରାଯାଇଛି । ପ୍ରକାଶ ଯେ ନୂଆ ଡୋମେଷ୍ଟିକ୍ ଗ୍ୟାସ୍ ପଲିସି ୨୦୧୪ ଅନୁସାରେ ପ୍ରାକୃତିକ ଗ୍ୟାସ୍ର ମୂଲ୍ୟ ପ୍ରତି ୬ମାସରେ ଧାର୍ଯ୍ୟ କରାଯାଏ । ଏହା ପୂର୍ବରୁ ସରକାର ୨୦୧୮ଅକ୍ଟୋବର ୧ରେ ପ୍ରାକୃତିକ ଗ୍ୟାସ୍ ମୂଲ୍ୟ ଧାର୍ଯ୍ୟ କରିଥିଲେ ।
ମହଙ୍ଗା ହେବ ଗାଡ଼ି ଚାଳନା: ପ୍ରାକୃତିକ ଗ୍ୟାସ୍ ମୂଲ୍ୟରେ ୧୮% ବୃଦ୍ଧିର ସମ୍ଭାବନା ରହିଛି । ଏହାଦ୍ୱାରା ଅଟୋ ପାଇଁ ବ୍ୟବହୃତ ହେଉଥିବା ସିଏନ୍ଜି ମୂଲ୍ୟ ବଢ଼ିଯିବ । ତେବେ ୧ରୁ ଲାଗୁ ହେବ ବୋଲି କୁହାଯାଉଛି । ପ୍ରକାଶ ଯେ ପ୍ରତି ୬ମାସରେ ଧାର୍ଯ୍ୟ କରାଯାଉଥିବା ପ୍ରାକୃତିକ ଗ୍ୟାସ୍ ମୂଲ୍ୟ ବିଦେଶୀ ମୂଲ୍ୟ ଉପରେ ଆଧାରିତ ।
ବଢ଼ିବ ଗାଡ଼ି ମୂଲ୍ୟ: ୧ରୁ ଭାରତୀୟ ବଜାରରେ ମହଜୁଦ୍ ଥିବା କାର କମ୍ପାନୀ ଟାଟା ମୋଟର୍ସ, ରେନଲ୍ଟ ଇଣ୍ଡିଆ, ଜାଗୁଆର୍ ଲ୍ୟାଣ୍ଡ ରୋଭର୍ ଇଣ୍ଡିଆ (ଜେଏଲ୍ଆର୍), ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟୟୋଟା ମୋଟର୍ସ ନିଜ ପ୍ରଡ଼କ୍ଟ ଲାଇନ୍-ଅପ୍ର ମୂଲ୍ୟରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । କମ୍ପାନୀର କହିବାନୁସାରେ ଖର୍ଚ୍ଚ ବୃଦ୍ଧି ଓ ବାହ୍ୟ ଆର୍ଥିକ କାରଣରୁ କାର୍ ମଡ଼େଲ୍ର ମୂଲ୍ୟ ବଢ଼ାଇବା ଜରୁରୀ ହୋଇପଡ଼ିଛି ।
ଶସ୍ତା ହେବ ଘର କିଣିବା ଓ ଜୀବନ ବୀମା:୧ରୁ ଘର କିଣିବା ଟି ଜୀବନ ବୀମା ଶସ୍ତା ହୋଇଯିବ । ଜିଏସ୍ଟି ପରିଷଦ ଏପ୍ରିଲ୍ ୧ରୁ ଜିଏସ୍ଟିର ନୂଆ ମୂଲ୍ୟ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏଥିରେ ନିର୍ମାଣଧିନ ଘର ଉପରେ ୧୨% ସ୍ଥାନରେ ୫% ଟିକସ ଲାଗିବ । ଅନ୍ୟପକ୍ଷରେ ଆଫୋର୍ଡେବଲ୍ ହାଉସ୍ରେ ଜିଏସ୍ଟି ୮%ରୁ ହ୍ରାସ୍ କରି ୧% କରାଯାଇଛି । ଏହା ଦ୍ୱାରା ଘର ନିର୍ମାଣ ଶସ୍ତା ହୋଇଯିବ । ଫଳରେ ଏହାର ଲାଭ ଘର କ୍ରେତାଙ୍କୁ ମିଳିବ । ସେହିପରି ଏହି ଦିନ ଠାରୁ ଜୀବନ ବୀମା କିଣିବା ଶସ୍ତା ହୋଇଯିବ । କମ୍ପାନୀଗୁଡ଼ିକ ୧ରୁ ମୃତ୍ୟୁ ହରର ନୂଆ ଆକଳନର ପାଳନ କରିବେ । ଏଯାବତ୍ ବୀମା କମ୍ପାନୀଗୁଡ଼ିକ ୨୦୦୬-୦୮ରେ ଡାଟାର ବ୍ୟବହାର କରୁଥିଲେ, ଯାହାକି ଏବେ ପରିବର୍ତ୍ତନ ହୋଇ ୨୦୧୨-୧୪ର ହୋଇଯିବ । ଏହି ନୂଆ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ଲାଭ ୨୨ରୁ ୫୦ବର୍ଷର ଲୋକଙ୍କ ପାଇଁ ହେବ ।
କମିବ ସୁଧ ହାର: ଏପ୍ରିଲ୍ରୁ ସବୁ ପ୍ରକାରର ଲୋନ୍ ନେବା ଅନେକାଂଶରେ ଶସ୍ତା ହୋଇଯିବ । ବ୍ୟାଙ୍କ୍ ଏଣିକି ଏମ୍ସିଏଲ୍ଆର୍ ପରିବର୍ତ୍ତେ ଆର୍ବିଆଇର ରେପୋ ରେଟ୍ ଆଧାରରେ ଲୋନ୍ ମଳିବ । ଏହାଦ୍ୱାରା ସମସ୍ତ ପ୍ରକାରର ଋଣ ଶସ୍ତା ହେବାର ସମ୍ଭାବନା ରହିଛି । ଆର୍ବିଆଇର ରେପୋ ରେଟ୍ କମିବା ସଙ୍ଗେ ସଙ୍ଗେ ଶୁଳ୍କ ହାର କମାଇବାକୁ ପଡ଼ିବ । ଏବେ ବ୍ୟାଙ୍କ୍ ନିଜେ ଧାର୍ଯ୍ୟ କରିବ ଶୁଳ୍କ ହାର କେବେ ବୃଦ୍ଧି ଓ ହ୍ରାସ୍ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ