ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୧୦୬ତମ ଜୟନ୍ତୀ ପାଳନ ଓ ମହର୍ଷି ଦୟାନନ୍ଦଙ୍କ ୨୦୦ତମ ଜୟନ୍ତୀ କମିଟି ଗଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଗୁରୁକୁଳ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ଗୁରୁକୁଳ ବୈଦିକ ଆଶ୍ରମ, ବେଦବ୍ୟାସର ପ୍ରତିଷ୍ଠାତା, ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୧୦୬ତମ ଜୟନ୍ତୀ ରବିବାର ପୂର୍ବାହ୍ନରେ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବେଦ ପାରାୟଣ ଯଜ୍ଞରେ ପଣ୍ଡିତ ବିନୋଦ ବିହାରୀ ଦାସ ପୌରହିତ୍ୟ କରିଥିଲେ ।ଏହି ଅବସରରେ ରାଜ୍ୟରେ ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀକୁ ରାଜ୍ୟସ୍ତରରେ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଳନ କରିବା ପାଇଁ ବେଦ ଓ ଦୟାନନ୍ଦଙ୍କ ପ୍ରତି ଶ୍ରଦ୍ଧା ପ୍ରକଟ କରୁଥିବା ସବୁ ମତବାଦର ସାଧୁ, ସନ୍ନ୍ୟାସୀ, ବିଦ୍ୱାନ, ସାମାଜିକ ସଂଗଠକ ମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଏହି କମିଟିର ଅଧ୍ୟକ୍ଷ ଥିବାବେଳେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକାରୀ ସଭାପତି, ଡଃ ବଦ୍ରୀନାଥ ପଟ୍ଟନାୟକ ଉପସଭାପତି ଏବଂ ଆନନ୍ଦ ବ୍ରହ୍ମଚାରୀ କୋଷାଧ୍ୟକ୍ଷରହିଛନ୍ତି । ସାଧାରଣ ସମ୍ପାଦକ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ରହିଥିବା ବେଳେ ସଂଗଠନ ସମ୍ପାଦକ ଭାବେ ସୀତାବଲ୍ଲଭ ମହାପାତ୍ର ରହିଛନ୍ତି । ଏହି ରାଜ୍ୟସ୍ତରୀୟ କମିଟିର ସଦସ୍ୟ ଭାବେ ସନ୍ଥ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସ୍ୱାମୀ ମୁକ୍ତାନନ୍ଦ, ସ୍ୱାମୀ ସୋମବେଶ, ସ୍ୱାମୀ ଅଶୋକାନନ୍ଦ, ସ୍ୱାମୀ ବିରସାନନ୍ଦ, ବାବା ସତ୍ୟାନନ୍ଦ, ବାବା ବାଳକାନନ୍ଦ, କମଲ ଅଗ୍ରୱାଲ, ଡଃ ହରେକୃଷ୍ଣ ଶତପଥି, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ପୂର୍ବତନ ଜିଲ୍ଲା ଜଜ୍ ରତିକାନ୍ତ ମହାପାତ୍ର, ପୂର୍ବତନ ସିବିଆଇ ଜଜ୍ ସଞ୍ଜୟ ପଣ୍ଡା, ଡଃ ଶ୍ରୀକାନ୍ତ ମିଶ୍ର, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ପାରେଶ୍ୱର ଖଣ୍ଡାୟତରାୟ, ମନୋଜ ରଥ, ଜିତେନ୍ଦ୍ର ମହାପାତ୍ର, ଶ୍ରୀମତୀ ସ୍ୱରୂପା ତ୍ରିପାଠୀ, ସୁଶ୍ରୀ ପ୍ରଜ୍ଞା ରାଉତ, ଡଃ ମନୋଜ ଲେଙ୍କା, ଶ୍ରୀମତୀ ନିବେଦିତା ଭଞ୍ଜ, ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ, ଡାକ୍ତର ବିମୋଦ ପ୍ରଜ୍ଞା ତ୍ରିପାଠୀ, ଅନନ୍ତ ପ୍ରଭାର ସମ୍ପାଦକ ବାବା ମନୋଜ ଦାସ, ଡଃ ଶୀଳଭଦ୍ର ଶାସ୍ତ୍ରୀ, ଗାୟକ ସୁରେନ୍ଦ୍ର କୁମାର ଛୋଟରାୟ, ଗାୟକ ମଦନ ମୋହନ ଜେନା, ଡଃ ସୌରେନ୍ଦ୍ର ମହାପାତ୍ର, ଡଃ ଉମାକାନ୍ତ ପଣ୍ଡା, ପଣ୍ଡିତ ବିନୋଦ ବିହାରୀ ଦାସ, ରାମଚନ୍ଦ୍ର ସାହୁ, ଅଶୋକ ଅଗ୍ରୱାଲ, ରଘୁନାଥ ନାୟକ, ଡଃ ଯୁଧିଷ୍ଠିର ଖଟୁଆ, ଡଃ ଆର୍ଯ୍ୟ କୁମାର ହର୍ଷବର୍ଦ୍ଧନ, ଡଃ କନକ ମଞ୍ଜରୀ ମିଶ୍ର, ଅନ୍ନଦା ପଟ୍ଟନାୟକ, ଡଃ ସଂଘମିତ୍ରା ମିଶ୍ର, ଇଂ ବିବେକାନନ୍ଦ ପାତ୍ର ପ୍ରମୁଖ ରହିଛନ୍ତି । ଖୁବ୍ ଶୀଘ୍ର ପ୍ରସ୍ତୁତି ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ବୋଲି ଡଃ ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ