ବଜରଙ୍ଗ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହନୁମାନ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ମୋଟର ସାଇକେଲ ରାଲିରେ ମୁସଲମାନ ଧର୍ମର ଏକ ଗୋଷ୍ଠୀ ହିନ୍ଦୁ ଧର୍ମାବଲମ୍ବୀ ଲୋକଙ୍କ ଉପରେ ପଥର ମାଡ ସହ ଆକ୍ରମଣ କରିଥିଲେ ।‌ ଆକ୍ରମଣରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏଥି ସହିତ ୧୪ ତାରିଖ ରାତିରେ ସମ୍ବଲପୁରରେ ବନବାସୀ ଯୁବକଙ୍କୁ ହତ୍ୟା କରାଯାଇଥିଲା। ସଂପୃକ୍ତ ଘଟଣାରେ ଜଡ଼ିତ ଦୋଷୀଙ୍କୁ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିଞ୍ଜିଳିକାଟୁ ବଜରଙ୍ଗ ଦଳ ଓ ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ହିଞ୍ଜିଳିକାଟୁ ବିଜେପି ଓ ବଜରଙ୍ଗ ଦଳର ମିଳିତ ସହଯୋଗରେ ସ୍ଥାନୀୟ ପୌରାଞ୍ଚଳ ବଇଁଚବଣିଆ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଆଇନଜୀବୀ ତଥା ବିଜେପି ନେତା ରଜନୀ ପାଢିଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ଏକ ବିରାଟ ରାଲିରେ ନଗର ପରିକ୍ରମା କରିଥିଲେ। ପରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି ଗଣବିକ୍ଷୋଭ ସହ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ସମ୍ବଲପୁରରେ ହିନ୍ଦୁ ମାନଙ୍କୁ ଯୋଜନାବଦ୍ଧ ଆକ୍ରମଣ ଓ ହିନ୍ଦୁ ହତ୍ୟା ପ୍ରତିବାଦରେ ଦୋଷୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳୀୟ ନେତା ମାନେ ଦାବି ଉପସ୍ଥାପନ କରିଥିଲେ । ମହାମହିମ ରାଜ୍ୟପାଳ, ଓଡିଶାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତା ମାଧବ ଗୌଡ, ଆଲୋକ ନାୟକ, ଲକ୍ଷ୍ମଣ ବେହେରା, ମନୋଜ ବେହେରା, ଗଣେଶ ପୋଲାଇ, ନିଳାଞ୍ଚଳ ପାଣି, ଅନ୍ତର୍ଯ୍ୟାମୀ ପାତ୍ର, ଅନ୍ତର୍ଯ୍ୟାମୀ ପୃଷ୍ଟି, ସୁଦର୍ଶନ ମହାନ୍ତି, ବାଲାଜି ଦଳାଇ, ସତ୍ୟ ନାରାୟଣ ପ୍ରଧାନ, କୁମୁଦ ପାଢିଙ୍କ ଶତାଧିକ ବିଜେପି କର୍ମୀ ଓ ବଜରଙ୍ଗ ଦଳ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ