ନ୍ୟାୟ ଦାବିରେ ଧାରଣା ଦେଲେ ଆତ୍ମ ସମର୍ପଣ ମାଓବାଦୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରଲୋଭନ ଓ କେତେକ ପ୍ରତିଶୃତି ଦେଇ ମାଓବାଦୀଙ୍କ ଆତ୍ମ ସମର୍ପଣ କରିବାରେ ସଫଳ ହେଉଛନ୍ତି. ହେଲେ ଆତ୍ମ ସମର୍ପଣ ବେଳେ ଯେଉଁ ପ୍ରତିଶୃତି ଦିଆ ଯାଇଥାଏ ତାହା କେବଳ ପ୍ରତିଶୃତିରେ ହିଁ ରହି ଯାଇଥାଏ. ସରକାର ଓ ପ୍ରଶାସନ ପ୍ରତିଶୃତିକୁ ପାଳନ ନ କରିଥିବା ପ୍ରତିବାଦରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ଧାରଣା ଦେଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ଥ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଜଣେ ଆତ୍ମସମର୍ପଣକାରୀ ମହିଳା ମାଓବାଦୀ l ଅଡବା ଥାନା ଗୋଠା ଗ୍ରାମର ମହିଳା ମାଓବାଦୀ ଆରତୀ ପାତ୍ର ( ମାଓବାଦୀ ନାମ-ରିତା ) ୨୦୦୬ରେ ମାଓ ସଂଗଠନରେ ଯୋଗ ଦେଇଥିଲେ l ପରେ ସମାଜର ମୁଖ୍ୟସ୍ରୋତ ରେ ସାମିଲ ହେବାପାଇଁ ୨୦୧୧ରେ ତତ୍କାଳୀନ ଗଜପତି ଆରକ୍ଷୀ ଅଧିକ୍ଷକ ସାର୍ଥକ ଷଡ଼ଙ୍ଗୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ l ହେଲେ ସରକାରୀ ପ୍ରତିଶ୍ରୁତି ହିସାବରେ କିଛି ଟଙ୍କା ମାତ୍ର ପାଇଥିବା ଅଭିଯୋଗ କରିଛନ୍ତି ଆରତୀ l ଆତ୍ମସମର୍ପଣ ନୀୟମ ପ୍ରକାରେ ବାସ ଗୃହ ନିର୍ମାଣ ପାଇଁ ସରକାରୀ ଜାଗା ଯୋଗାଇଦେବାର ପ୍ରତିଶୃତି ଦିଆଯାଇଥିଲା. ଯାହାକି ଆଜି ସୁଦ୍ଧା ପୂରଣ କରାଯାଇପାରିନାହିଁ. ତେଣୁ ଚନ୍ଦ୍ରଗିରିରେ ଏକ ସରକାରୀ ଜାଗାକୁ ଦଖଲ କରି ଏକ ଛୋଟିଆ ଘର ତିଆରି କରି ରହିଥିଲେ। କିନ୍ତୁ କିଛି ବ୍ୟକ୍ତି ସେହି ଘରକୁ ଜବରଦସ୍ତି ଭାଙ୍ଗି ନିଜ ଅତିଆରକୁ ନେଇଯାଇଛନ୍ତି l ତେଣୁ ବାଧ୍ୟ ହୋଇ ସ୍ୱାମୀଙ୍କ ସହ ସେ ଧାରଣାରେ ବସିଛନ୍ତି ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀ. ନ୍ୟାୟ ନମିଳିବା ଯାଏଁ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଧାରଣା ଅବ୍ୟାହତ ରହିବ ବୋଲି ସୂଚନା ଦେଇଛନ୍ତି ଆରତୀ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ