ହାଟଡିହି ବ୍ଲକର ୧୧୭ ବୁଥରେ ମନକି ବାତ କାର୍ଯ୍ୟକ୍ରମ

ହାଟଡିହିି, (ବିକାଶ ବିଶ୍ୱାଳ):ଆଜି ଭାରତର ଜସସ୍ବୀ ପ୍ରଧାନମନ୍ତ୍ୀ ନରେନ୍ଦ୍ର ମୋଦୀଜୀଙ୍କ ୧୦୦ତମ ମନକି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଭାରତୀୟ ଜନତା ପାଟି ହାଟଡିହି ପକ୍ଷରୁ ବ୍ଲକର ୧୧୭ଟି ବୁଥରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଷଡଙ୍ଗ ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ମୋଦୀଜୀଙ୍କ ମନକି ବାତ କାର୍ଯ୍ୟକ୍ରମକୁ ଏକତ୍ରିତ ହୋଇ ଶୁଣିଥିଲେ । ପରେ ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସୁନାକ୍ଷୀ କାଣ୍ଡି, ସତ୍ୟଭାମା ଜେନା, ସାବିତ୍ରୀ ଜେନା, ଚଞ୍ଚଳା ଜେନା, ସାବିତ୍ରୀ ଜେନା, ସରସ୍ୱତୀ ଜେନା, ତେଜସ୍ୱିନୀ ଜେନା, ସଞ୍ଜୟ ଜେନା, ସଞ୍ଜୁଲତା ନାୟକ, ରାହାସ ଜେନା, ଦୁର୍ଯେ୍ୟାଧନ ଜେନାଙ୍କ ସମେତ ୩୦ରୁ ପୁରୁଷ ଓ ମହିଳା ମୋଦୀଜୀଙ୍କ ଦ୍ୱାରା ଅନୁପ୍ରାଣିତ ହେବାସହ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱ ଉପରେ ଭରଷା କରି ବିଜେପିରେ ସାମିଲ ହୋଇଥିଲେ । ଉପସ୍ଥିତ ଦଳୀୟ ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ