ବେଣାଜୋରୀ ବଟରେ ଅଷ୍ଟାଦଶ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମାଳିକା ସିଦ୍ଧ ଲୀଳାକ୍ଷେତ୍ର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ବେଣାଜୋରୀ ବଟ୍ଟରେ ଦିବ୍ୟ ଚେତନାର ପ୍ରଚାର, ପ୍ରସାର ଓ ଅବକ୍ଷୟମୁଖୀ ସମାଜକୁ ସତ୍‌ମାର୍ଗରେ ପରିଚାଳିତ କରିବା ପାଇଁ ଅଷ୍ଟାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ଉପଲକ୍ଷେ ଶୁକ୍ରବାର ଯଜ୍ଞାଧିବାସ ଓ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର କଳସାଧିବାସ, ଜଳଯାତ୍ରା ଓ କର୍ମାରମ୍ଭ, ରବିବାର ସମସ୍ତ ମଣ୍ଡଳ ପୂଜା ଓ ଆହୁତି ଅନୁଷ୍ଠିତ ହୋଇଯାଇଛି । ସୋମବାର ଶ୍ରୀ ଶ୍ରୀ ରୁଦ୍ରାଭିଷେକ ଓ ଆହୁତି, ମଙ୍ଗଳବାର ଶ୍ରୀ ଶ୍ରୀ ସପ୍ତଶତୀ ଚଣ୍ଡୀପାଠ ଏବଂ ଆହୁତି, ବୁଧବାର ଶ୍ରୀ ଶ୍ରୀ ବାସୁଦେବଙ୍କ ଉପଚାର ପୂଜା, ଶ୍ରୀମଦ୍ ଭାଗବତ ଗୀତାପାଠ ଏବଂ ଆହୁତି, ଗୁରୁବାର ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ଉପଚାର ପୂଜା, ବିଷ୍ଣୁ ସହସ୍ରନାମ ପାଠ ଏବଂ ଲକ୍ଷ୍ମୀନାରାୟଣଙ୍କ ବିବାହୋତ୍ସବ ଅନୁଷ୍ଠିତ ହେବ । ଶୁକ୍ରବାର ପୂର୍ଣ୍ଣାହୁତି, ପୂର୍ଣ୍ଣାଳତି, ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ଯଜ୍ଞ ସମାପନ ହେବ ବୋଲି ବେଣାଜୋରୀ ବଟ୍ଟ ସେବା ପରିଷଦର ସଭାପତି ରଞ୍ଜନ କୁମାର ମହାନ୍ତିଙ୍କ ଠାରୁ ଜଣାପଡିଛି । ଏହି ଅବସରରେ ପ୍ରତ୍ୟେହ ସକାଳେ ଦେବାଦେବୀଙ୍କ ସ୍ତୃତି ଓ ବେଦ ପାଠ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା ଓ ମଣ୍ଡଳ ପୂଜା ପ୍ରଭୃତି ଅନୁଷ୍ଠିତ ହେଉଅଛି । ସ୍ଥାନୀୟ ଭରତପୁର, ମେହେନ୍ଦିପୁର, ହରିଡାଦଣ୍ଡା, ଜଗନ୍ନାଥପୁର, ପାରାଚକ, ପଦାଲୋ, ମାଗୁରାଗଣ୍ଡ ପାଟଣା, କନ୍ତିଆ, ନୂଆସାହି, ନାନକାର, ଶ୍ୟାମସୁନ୍ଦରପୁର, ଅନ୍ତାଲୋ, ସହରପୁର, ନରିଲୋ ଓ ଚକ୍ରୋଡା ପ୍ରଭୃତି ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ