ସିପିଆଇ ଜିଲା ପରିଷଦ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭଦ୍ରକ ଜିଲା ପରିଷଦର ପରିବର୍ଦ୍ଧିତ ବୈଠକ ବନ୍ତ ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସିପିଆଇ ନେତା ଫକୀର ଚରଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସିପିଆଇ ରାଜ୍ୟ ସହସଂପାଦକ ଡଃ.ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ବୈଠକରେ ଗଣତନ୍ତ୍ରର ସୁରକ୍ଷା, ଦେଶର ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ବିଚାରଧାରା ସଂପର୍କରେ ଐକ୍ୟବଦ୍ଧ ଗଣ ଆନ୍ଦୋଳନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି ଯୋଗ ଦେଇ ଜନଗଣଙ୍କ ସମସ୍ୟାକୁ ନେଇ ପଦଯାତ୍ରା ଅନୁଷ୍ଠିତ ପାଇଁ ପ୍ରସ୍ତାବ ଆଗତ କରିଥିଲେ । ସାଥୀ ବିମ୍ବାଧର ବାରିକ, ଅନନ୍ତ ମହାନ୍ତି, ସନ୍ଥ ଚରଣ ବିଶ୍ୱାଳ, ହରିହର ବେହେରା, ରମେଶ ଜେନା, ଗୋପବନ୍ଧୁ ସେଠୀ, ଭାସ୍କର ଚନ୍ଦ୍ର ବେହେରା, ଯୁବନେତା ସ୍ନେହାଶିଷ ବିଶ୍ୱାଳ, ଅଖିଳ ଭାରତ ଛାତ୍ର ସଂଘର ଜିଲା ସଭାପତି ମନୋରଂଜନ ରାଉଳ, ରାଜ୍ୟ ଛାତ୍ର ସଂଘ ସଂପାଦକ କାହ୍ନୁ ଚରଣ ବେହେରା, ରବିନ ବାରିକ, ଦୀଲିପ ନାୟକ, ନିରଂଜନ ନାୟକ, ଜୟନ୍ତ ଜେନା, ଧନେଶ୍ୱର ଜେନା, ଅନିରୁଦ୍ଧ ଜେନା, ଦୁଲ୍ଲା ଖାଁ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


