ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତରେ ଭୋଟ ଗଣତି ଶେଷ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଶେରଗଡ଼ ବ୍ଲକ ରେ ୨ପଞ୍ଚାୟତର ସରପଞ୍ଚ ପଦବୀ ଓ ୧୭ଗୋଟି ୱାର୍ଡ ସଭ୍ୟ ପାଇ ଗଣତି ପ୍ରକିୟା ଆରମ୍ଭ ହୋଇଥିଲା।ଶେରଗଡ଼ ବ୍ଲକ ଅନ୍ତର୍ଗତ କୁମାରପାଣି ଓ ବରମୁଣ୍ଡଳୀ ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଭୋଟ ଗଣନା କାର୍ଯ୍ୟକ୍ରମ ଶେରଗଡ଼ ପଞ୍ଚାୟତ ସମିତି ଠାରେ ବହୁତ ଶୃଙ୍ଖଳାର ସହ ସମାପ୍ତ ହୋଇଛି l ବ୍ଲକ ପରିସର ମଧ୍ୟରେ ପୋଲିସ ପ୍ରଶାସନର ସୁରକ୍ଷା ବଳୟ ମଧ୍ୟ୍ୟରେ ବହୁତ ଶାନ୍ତି ଶୃଙ୍ଖଳାର ସହ ଗଣନା କାର୍ଯ୍ୟ ସମାପନ ହୋଇଛି l ଏହି ଭୋଟ ଗଣନା ଫଳାଫଳ ଅନୁଯାୟୀ କୁମାର ପାଣି ଗ୍ରାମପଞ୍ଚାୟତରୁ ସରପଞ୍ଚ ଭାବେ ଉଦୟନାଥ ପ୍ରଧାନ ଓ ବରମୁଣ୍ଡଳି ପଞ୍ଚାୟତ ରୁ ଡଲି ସାହୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ