ଦ୍ଵାଦଶ ଦିବସରେ ମାଣିତରାର ୧୦୮ ପ୍ରହର ନାମ ଯଜ୍ଞ
ବୁଗୁଡା, (ଅନିଲ କୁମାର ମହାରଣା):କଳିଙ୍ଗ ଜ୍ୟୋତି ( ସ୍ୱରୂପ ସୁମନ ମହାରଣା ) ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ୧୦୮ ପ୍ରହର ନାମ ଯଜ୍ଞର ଶୁଭାରମ୍ଭ ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ୨୩/୪/୨୩ ତାରିଖ ଆରମ୍ଭ ହୋଇଥିବା ବେଳେ ଏହା ଜ୍ୟେଷ୍ଠ କୃଷ୍ଣ ଦ୍ଵିତୀୟା ୭/୫/୨୩ ତାରିଖରେ ଉଦଯାପିତ ହେବ। ଏହି ନାମ ମହାଯଜ୍ଞରେ ମାଣିତରା, ଅରଖପୁର, ଖରିଡା, ମାଳ ଗୋଛାବାଡି, ମହେଶ୍ୱରପୁର, ଘୋଳପୁର ଓ ଛାମୁଣ୍ଡା ଗ୍ରାମର ନାମ ସଂକୀର୍ତ୍ତନ ଦଳ ଯୋଗଦେଇ ଅଖଣ୍ଡ ମହାମନ୍ତ୍ର ଗାନ କରୁଛନ୍ତି। ପ୍ରତିଦିନ ୧୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ନାମଯଜ୍ଞକୁ ଆସୁଥିବା ବେଳେ ସମସ୍ତେ ପ୍ରସାଦ ସେବନ କରି ଯାଇଥାନ୍ତି। ଅଖଣ୍ଡ ନାମଯଜ୍ଞ ସମାପ୍ତ ହେବାକୁ ମଧ୍ୟରେ ଆଉ ଦୁଇଦିନ ଥିବା ବେଳେ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି। ବୁଗୁଡା ପୋଲିସ ବାହିନୀ, ପରିଚାଳନା କମିଟି, ସ୍ୱେଚ୍ଛାସେବୀ ଓ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ନାମଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ଜଣାପଡିଛି।


