ଡରାଉଛି ମେ ବୈଶାଖରେ ବଢୁଛି ବାତ୍ୟା ଆଶଙ୍କା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବୈଶାଖ ମାସର ପ୍ରଚଣ୍ଡ ଖରାରେ ଲୋକେ ତ୍ରାହି ତ୍ରାହି ଡାକ ପକାଉଥିବା ବେଳେ ଏବେ ବାତ୍ୟା ଭୟ ଘାରିଲାଣି । ପାଣିପାଗ ବିଭାଗ ସୂଚନା ମୁତାବକ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ପରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ସାମ୍ଭାବ୍ୟ ବାତ୍ୟା ୮ ତାରିଖରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି ଗଞ୍ଜାମ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି । ତେବେ ବାତ୍ୟା ହେବ କି ନାହିଁ ଏଯାବତ ସଠିକ୍ ତଥ୍ୟ ଜଣାପଡିନାହିଁ । ଯଦି ବାତ୍ୟାର ରୂପ ନିଏ ତାହଲେ ଏହାର ଗତିପଥ କଣ ରହିବ ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଗତ ୩ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ମେ ମାସରେ ହେଉଥିବା ବାତ୍ୟାର ତିବ୍ରତା ଅଧିକ ରହୁଥିବା ଜଣାପଡିଛି । ୨୦୧୯ ମେ ମାସ ୨୦ ତାରିଖରେ ବାତ୍ୟା ‘ଫନି’ ଓଡିଶା ଉପକୂଳକୁ ମାଡି ଆସିଥିଲା । ପ୍ରଥମେ ଏହା ଗୋପାଳପୁର ମୁହାଁ ହୋଇଥିବା ବେଳେ ଶେଷ କିଛି ମୁହୁର୍ତ୍ତରେ ହଠାତ ଦିଗ ବଦଳାଇ ପୂରୀରେ ଉପକୂଳ ଛୁଇଁବା ସହ ତାଣ୍ଡବ ରଚିଥିଲା । ୨୦୨୦ ମେ ମାସ ୧୬ ତାରିଖରେ ବାତ୍ୟା ଅମ୍ଫାନର ପ୍ରଭାବ ପଡୋଶୀ ପଶ୍ଚିମବଙ୍ଗରେ ଅଧିକ ରହିଥିଲା । ୨୦୨୧ ମେ ୨୭ ତାରିଖରେ ବାତ୍ୟା ୟାଶ୍ ବାଲେଶ୍ୱରରେ ଅଧିକ କ୍ଷୟକ୍ଷତି ଘଟାଇଥିଲା । ୨୦୨୨ମସିହା ମେ ମାସରେ ବାତ୍ୟା ଅସାନି ତାଣ୍ଡବ ରଚିଥିବା ବେଳେ ଚଳିତ ବର୍ଷ ମେ ମାସରେ ଆଉ ଏକ ବାତ୍ୟା ସମୁଦ୍ରରେ ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ବର୍ଷ ହେଲା ଏଭଳି ମେ ମାସରେ ବାତ୍ୟା ସୃଷ୍ଟି ହେଉଥିବାରୁ ଲୋକଙ୍କ ମନରେ ଛନକା ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ