ବିଜୁ ଶ୍ରମିକ ସାମୁଖ୍ୟ ଟିପିଏନଓଡିଏଲ ଶାଖା ପକ୍ଷରୁ ଶ୍ରମିକ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଅନୁବନ୍ଧିତ ‘ବିଜୁ ଶ୍ରମିକ ସାମୁଖ୍ୟ’ ‘ଟିପିଏନଓଡିଏଲ’ ଶାଖା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଥିଲା । ସଂଗଠନର ମୁଖ୍ୟ ଉପଦେଷ୍ଟା ତଥା ପ୍ରାକ୍ତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗଠନର ପତାକା ଉତ୍ତୋଳନ କରିଥିଲେ । ଓଡ଼ିଶାରେ ଶ୍ରମିକ ସମାଜଙ୍କ ଅର୍ଥନୈତିକ ବିକାଶ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସେ ଆଲୋଚନା କରିଥିଲେ । ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ‘ଟିପିଏନଓଡିଏଲ’ର ମାନବ ସମ୍ବଳ ଅଧିକାରୀ ମାନସ ରଞ୍ଜନ ସ୍ୱାଇଁ, ସଂଗଠନର ଆଇନ ପରାମର୍ଶଦାତା ରଘୁନାଥ ଲେଙ୍କା, ଯୁବ ସଂଗଠକ ସାହିରୁଲ ହକ୍, ପୃଷ୍ଠପୋଷକ ଜେ ଏମ ଜେନା, ବିଜେଡି ଯୁବ ଜିଲା ସଭାପତି ତାପସ ପରିଡ଼ା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମିକ ସମାଜର ସୁରକ୍ଷା ଓ ଉନ୍ନତିର ବିଭିନ୍ନ ଦିଗ ସମ୍ପର୍କରେ ଅଲୋଚନା କରିଥିଲେ । ସଂଗଠନର ବରିଷ୍ଠ ସଦସ୍ୟ ପ୍ରିୟବ୍ରତ ନାୟକ ଏଥିରେ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ବାଲେଶ୍ୱର ଶାଖା ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ଦାସ, ସାଂଗଠନିକ ସମ୍ପାଦକ ବଟକୃଷ୍ଣ ଜେନା, ବସ୍ତା ଡିଭିଜନର ଅନୀଲ କୁମାର ମହାନ୍ତି, ଭଦ୍ରକ ଶାଖାର ରଞ୍ଜନ ପଣ୍ଡା ପ୍ରମୁଖ ଏଥିରେ ବକ୍ତବ୍ୟ ରଖିଥିଲେ । ଟିପିଏନଓଡିଏଲ ଦାୟିତ୍ୱ ନେବା ଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୨୫୦ଜଣ କର୍ମଚାରୀ ଅବସର ନେଇ ସାରିଥିବା ବେଳେ ଖାଲି ପଡ଼ିଥିବା ପଦରେ ନୂତନ ନିଯୁକ୍ତି ଓ ପୂର୍ବ ପ୍ରଚଳିତ ଦୁର୍ଘଟଣା ଜନିତ ବୀମା ସହାୟତା ବୃଦ୍ଧି ପାଇଁ ସଂଘର କର୍ମକର୍ତ୍ତାମାନେ ଦାବି କରିଥିଲେ ।ଏହି ଅବସରରେ ଯୁବନେତା ତାପସ ପରିଡ଼ାଙ୍କୁ ସଂଗଠନର ବାଲେଶ୍ୱର ସର୍କଲ ଦାୟିତ୍ୱ ଅର୍ପଣ କରାଯାଇଥିଲା ।


