ହିନ୍ଦ ମଜଦୁର ସଭା ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ଶ୍ରମିକ ସଂଗଠନ ‘ହିନ୍ଦ ମଜଦୁର ସଭା’ ପକ୍ଷରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ସିଦ୍ଧି କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି । ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଶ୍ରମିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାରେ ଶ୍ରମିକମାନଙ୍କ ଅର୍ଥନୈତିକ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିଟି ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ସମସ୍ତଙ୍କ ମିଳିତ ପ୍ରୟାସ ହିଁ ଶିଳ୍ପାୟନକୁ ଆଗେଇ ନେବାରେ ସହାୟକ ହେବ ବୋଲି କହିଥିଲେ । ଶ୍ରମିକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ହିନ୍ଦ ମଜଦୂର ସଭାର ଅଗ୍ରଣୀ ଭୂମିକା ସର୍ବଦା ପ୍ରଶଂସନୀୟ ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ଶ୍ରମିକ ନେତା ଶାନ୍ତନୁ ଦାସ, ସାମାଜିକ କର୍ମୀ ହ୍ରିତୀକ ନାୟକ, ଯୁବନେତା ଅନୂପ କୁମାର ସ୍ୱାଇଁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ ଓ ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ହିନ୍ଦ୍ ମଜଦୁର ସଭାର ଜିଲା ସଭାପତି ଅରୁଣ କୁମାର ସ୍ୱାଇଁ ଏଥିରେ ସଭାପତିତ୍ୱ କରିଥିବା ବେଳେ ଉପ-ସଭାପତି ବିରଞ୍ଚି ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ଶେଖ ଉମରୁଦ୍ଦିନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ