ବୋଲେରୋ ଚୋରୀ କରିନେଉ ଥିବା ବେଳେ ବାଟରେ ଓଲଟିଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):କନେ୍ଦୁଝର ଜିଲ୍ଲା ପଣ୍ଡାପଡା ଅଞ୍ଚଳରୁ ଏକ ବୋଲେରୋ ଚୋରୀକରି ଭଦ୍ରକ ଆଡକୁ ନେଉଥିବା ସମୟରେ ବୋଲେରୋଟି ଆନନ୍ଦପୁର-ଭଦ୍ରକ ରାସ୍ତାର ଅଣା ଛକ ନିକଟରେ କେନାଲ ଭିତରକୁ ଖସିପଡିଛି । କିନ୍ତୁ ଚାଳକ ଜଣକ କୌଣସିମତେ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ପଣ୍ଡାପଡା ଥାନା ଆଙ୍କଲପଡା ଗ୍ରାମର ଖଗେଶ୍ୱର ମହାନ୍ତ ତାଙ୍କ ଘର ସମ୍ମୁଖରେ ଦୁଇଟି ବୋଲେରୋ ଗାଡି ରଖିଥିଲେ । ଗତକାଲି ବିଳମ୍ବିତ ରାତି ୨ଟା ୧୫ ମିନିଟ ସମୟରେ ତନ୍ମଧ୍ୟରୁ ଓଆର୦୯କେ୦୦୬୦ ନମ୍ବର ବିଶିଷ୍ଟ ବୋଲେରୋ ଗାଡିଟିକୁ ଦୁଇଜଣ ଦୁର୍ବୁତ ଚୋରୀ କରି ନେଇ ଆସିଥିଲେ । ଖଗେଶ୍ୱରଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ଏନେଇ ନିକଟସ୍ଥ ପୁଲିସକୁ ଜଣାିବା ପରେ ପଣ୍ଡାପଡା ପୁଲିସ ବିଭିନ୍ନ ଥାନାକୁ ମଧ୍ୟ ସୁଚନା ଦେଇଥିଲେ । ଦୁର୍ବୁତ ଦୁଇଜଣ ଗାଡିଟିକୁ ଧରି ଆନନ୍ଦପୁର ଭଦ୍ରକ ରାସ୍ତାରେ ଆଣୁଥିବା ସମୟରେ ଅଣାଛକ କେନାଲ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିବା ଅନୁମାନ କରାଯାଉଛି । ଆଜି ସକାଳେ ବୋଲେରୋଟି ଖସିପଡିଥିବା ଓ ସେଠାରେ କେହି ନଥିବା ନେଇ ସ୍ଥାନୀୟ ଲୋକମାନେ ନନ୍ଦିପଦା ପୁଲିସକୁ ସୁଚନା ଦେଇଥିଲେ । ଗାଡି ମାଲିକ ଏ ସମ୍ପର୍କରେ ଜାଣିବାପରେ ଆସି ଏହା ତାଙ୍କରି ବୋଲେରୋ ବୋଲି ଚିହ୍ନଟ କରିଛନ୍ତି । ପୁଲିସ ଗାଡିଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛି । ବୋଲେରୋଟି ଏପରି ଦୁର୍ଘଟଣାଗ୍ରସ୍ଥ ହୋଇଛି ଯେ ଗାଡିରେ ଥିବା ଦୁର୍ବୁତମାନେ ନିଶ୍ଚୟ ଆହତ ହୋଇଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ