୫ଟି ସଚିବଙ୍କ ତୋଫାନୀ ହିଞ୍ଜିଳି ଗସ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୃଦ୍ଧ ଓଡିଶା ଗଠନ ଦିଗରେ ବିଧିବଦ୍ଧ ପ୍ରଚେଷ୍ଟା ଜାରୀ ରହିଛି । ଓଡିଶାକୁ ବିକାଶ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବହୁକୋଟି ମୂଲ୍ୟର ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକୁ ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚ।।ଇବା ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଛି । ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆବଶ୍ୟକ ଉନ୍ନୟନ ପ୍ରକଳ୍ପ ଗୁଡିକୁ ତ୍ୱରିତ ବେଗରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଆଲୋକୀକରଣ ଆଦି ଉନ୍ନୟନ କ୍ଷେତ୍ରରେ ଗୁରୁତ୍ୱାରୋପ କରି ଆବଶ୍ୟକ ଅନୁଯାୟୀ ପ୍ରାଥମିକତା ଦେବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସମୟରେ ରାଜ୍ୟ ଓ ଜିଲ୍ଲାର ବହୁ ଉଚ୍ଚପସସ୍ଥ ଅଧିକାରୀ ମାନେ ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ଘନ ଘନ ଗସ୍ତ କରି ମୋ ସରକାର ଓ ୫ଟି ତତ୍ତ୍ୱ ଅଧାରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ନିତ ପାଇଁ ଆଲୋଚନା ଓ ସମୀକ୍ଷା ଜାରୀ ରଖିଛନ୍ତି । ରାଜ୍ୟରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳି ଶ୍ରେଷ୍ଠ ବ୍ଳକ ପଞ୍ଚାୟତ ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହେବା ପରେ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରାଣାଳୟ ପକ୍ଷରୁ ଏ ନେଇ ପୁରସ୍କାର ରାଶି ଘୋଷଣା ହୋଇଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବ୍ଳକରେ ଉନ୍ନୟନ ପ୍ରକଳ୍ପ ଗୁଡିକୁ ୫ଟି ଉପକ୍ରମରେ ନୂଆରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ରବିବାର ହିଞ୍ଜିଳି ବ୍ଳକ ତୋଫାନୀ ଗସ୍ତ କରି ବିକାଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଜନ ପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ସହଯୋଗ ଲୋଡିଥିଲେ ।ଏହି ପରିପ୍ରେକ୍ଷୀରେ ଶନିବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି. କେ. ପାଣ୍ଡିୟାନ ହିଞ୍ଜିଳି ଗସ୍ତରେ ଆସିଥିଲେ । ହିଞ୍ଜିଳିକାଟୁ ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ତ୍ରିନାତ୍ମକ ଯାତ୍ରାରେ ଯୋଗଦେଇ ଠାକୁରଙ୍କ ଦର୍ଶନ ସହ ପ୍ରଭୂକୃପା ଲାଭ କରିଥିଲେ । ଏହି ଅବସରରେ ସଂପୃକ୍ତ ମନ୍ଦିରର ରୂପରେଖ ପରିବର୍ତ୍ତନ ଉପରେ ଯାତ୍ରା ଓ ମନ୍ଦିର କମିଟିଙ୍କ ସହ ଆଷଳାଚନା କରିଥିଲେ । ରବିବାର ପ୍ରତଃହରେ ମା’ ଶ୍ୟାମଳାଇଙ୍କ ଦର୍ଶନ ସାରି ମନ୍ଦିରର ଉନ୍ନତିକରଣ ଓ ମନ୍ଦିରକୁ ଯାତାୟତ ସକାଶେ ଆଧୁନ୍ଖଳ ରାସ୍ତା ନିର୍ମାଣ ସକାଶେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ଷାରଗଡ ବ୍ଳକ ଅଭିମୁଖେ ଯାତ୍ରା କରିଥିଲେ । ଶେରଗଡ ବ୍ଳକରୁ ଫେରି ସ୍ଥାନୀୟ ବ୍ଳକ କଞ୍ଚୁରୁ ପଞ୍ଚାୟତରେ ପହଞ୍ଚି ରୂପାନ୍ତରଣ ବିଦ୍ୟାଳୟ ଓ ନୁତନ ଉଚ୍ଚ ,ମାଧ୍ୟମାିକ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିଙ୍କ ସହ ଆଲୋଚନା କରିଥିଲେ । ୬୭ନଂ ଜୋନର ୬ଟି ପଞ୍ଚାୟତର ଜନ ପ୍ରତିନିଧିଙ୍କ ସହ ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସମରଝୋଳ ଫୋଖରୀ ସୌନ୍ଦର୍ଯ୍ୟକରଣ ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପୋଚିଲିମା ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ସକାଶେ ଶିକ୍ଷାର୍ଥୀ ଓ ଅଧ୍ୟାପକ ମାନଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୋ ହସପିଟାଲ ଯୋଜନାରେ ରୂପାନ୍ତରିତ କୋଠା, ଆବଶ୍ୟକୀୟ ଭିତ୍ତିଭୂମି ସର୍ମ୍ପକରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ମିଶନଶକ୍ତି ପରିଧାନ ଓ ତାଲିମ କେନ୍ଦ୍ର ବୁଲି ଦେଖିବା ସହ ମିଶନଶକ୍ତି ସଦସ୍ୟା ଆତ୍ମ ନିର୍ଭରଶୀଳ ସକାଶେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରକାର ଯୋଜନା ଓ ଋଣ ସହାୟତା ସମ୍ବନ୍ଧରେ ୫ଟି ସଚିବ ମତବ୍ୟକ୍ତ କରିଥିଲେ । ପରେ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ, ମାର୍କେଟ କମ୍ପେ୍ଳକ୍ସ, ମିଶନଶକ୍ତି କାଫେ ଓ ଆହାର କେନ୍ଦ୍ର ବୁଲି ଦେଖିଥିଲେ । ପୌରାଞ୍ଚଳ ଆଙ୍କୋରଡା ଆଦର୍ଶ ଫୋଖରୀ ବୁଲି ଦେଖିବା ପରେ ଉନ୍ନୟନ କାର୍ଯ୍ୟ ସର୍ମ୍ପକରେ ଆଲୋଚନା କରିଥିଲେ । ଖରିଡା କରେଇଶୁଣୀ ମନ୍ଦିର ବୁଲି ଦେଖିବା ସହ ମନ୍ଦିର ଉନ୍ନତିକରଣ ଦିଗରେ କମିଟି ସଦସ୍ୟଙ୍କ ଆଲୋଚନା କରିଥିଲେ । ସେଠାରୁ ଫେରି ଶାସନଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ଶିକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକ ମାନଙ୍କ ସହ ଉନ୍ନତ ଶିକ୍ଷା ପଦ୍ଧତି ସର୍ମ୍ପକରେ ଆଲୋଚନା କରିଥିଲେ । ଦାରୁଭଦ୍ରା ପଞ୍ଚାୟତରେ ପହଞ୍ଚି ୬୮ ନଂ ଜୋନର ୭ ପଞ୍ଚାୟତର ଜନ ପ୍ରତିନିଧିଙ୍କ ସହ ବହୁ ଉନ୍ନୟନ ମୂଳକ ପ୍ରସଙ୍ଗ ସର୍ମ୍ପକରେ ଆଲୋଚନା କରିଥିଲେ । ନନ୍ଦିକ ପଞ୍ଚାୟତରେ ପହଞ୍ଚି କଳାଗ୍ରାମ ଭାବେ ପରିଚିତ ନନ୍ଦିକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହତାଧିକାରୀଙ୍କ ସହ ଆଲୋଚନା କରି ନନ୍ଦିକ ଛକ ସ୍ଥିତ ଫୋଖରୀର ସୌନ୍ଦର୍ଯ୍ୟକରଣ ଅଗ୍ରଗତି ନେଇ ଆଲୋଚନା କରିଥିଲେ । ବାଳକୃଷ୍ଣପୁର ଗ୍ରାମର କଲ୍ୟାଣମଣ୍ଡପ, ଉଠାଜଳସେଚନ ଓ ପାନୀୟ ଜଳ, ପ୍ରକଳ୍ପ ଅଗ୍ରଗତି ନେଇ ଚାଷୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବେଲଗାଁ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ଓ ଗଣ୍ଡଳା ଗୋପିନାଥ ମନ୍ଦିରରେ ପହଞ୍ଚି ଦର୍ଶନ ଓ ଉନ୍ନତିକରଣ ସର୍ମ୍ପକରେ ଆଲୋଚନା କରିଥିଲେ । ଶେଷ ପର୍ଯ୍ୟାୟରେ ସାହାପୁର ପଞ୍ଚାୟତରେ ପହଞ୍ଚିନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ତଥା ଗ୍ରାମସଂସଦ, ପଞ୍ଚାୟତ ପାଠାଗାର, ମିଣନଶକ୍ତି ଗୃହ ପରିଦର୍ଶନ କରିବା ସହ ୬୯ନଂ ଜୋନର ୮ଟି ପଞ୍ଚାୟତର ଜନ ପ୍ରତିନିଧିଙ୍କ ସହ ଉନ୍ନୟନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
୫ଟି ସଚିବ ଭିକେ. ପାଣ୍ଡିଆନଙ୍କ ହିଞ୍ଜିଳି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗୀୟ ପ୍ରମୁଖ ସଚିବ ଭୀନିଲ କ୍ରୀଷ୍ଣା, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଶୁଂ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ, ଏଡିଏମ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ ଗିତାଞ୍ଜଳି, ପ୍ରତି ସାହୁ, ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ଆସିକା ଏସଡିପିଓ ଉମାଶଙ୍କର ସିଂ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଥାନା ଆଇଆଇସି ଅଭିମନ୍ୟୁ ଦାସ, ରାଜ୍ୟ କୃଷି ବିପଣନ ମଣ୍ଡଳୀ ପ୍ରମୁଖ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଓଏଚଆରଡିସି ଅଧ୍ୟକ୍ଷ ଡି. ବିଶ୍ୱନାଥ, ଏନ. ରଘୁନାଥ, ଅଜୟ ମହାରଣା, ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡଙ୍କ ସମେତ ବହୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସରପଞ୍ଚ, ସମିତିସଭ୍ୟ, ମିଶନଶକ୍ତି ମହିଳା, କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ ।


