ରୋଗାଗ୍ରସ୍ତ ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରୋଗାଗ୍ରସ୍ତ ଝିଅର ଚିକିତ୍ସା ସମାପନ କରି ଝିଅ ମୁହଁରେ ହସ ଫୁଟାଇବା ପାଇଁ ମା ସରକାରୀ ସାହାର୍ଯ୍ୟ ପାଇବା ପାଇଁ ଆକୁଳ ନିବେଦନକରିଛନ୍ତି. ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ. ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତର ପଯ୍ୟନ୍ତ ଏବଂ ବହୁ ନେତାଙ୍କୁ ଅକୁଳ ନିବେଦନ କରିଛି ମା. ହେଲେ କାହାଠାରୁ କିଛି ସାହାର୍ଯ୍ୟ ନ ପାଇ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଛି ମା. ପରିବାର ଚଳାଇବା ପାଇଁ ଘରର ରୋଜଗାର ଝିଅ କେତେ ଯେ ସପ୍ନ ଦେଖେ। କିନ୍ତୁ ରୋଜଗାରିଆ ଝିଅଟି ପରିଣତ ବୟସରେ ଅକାମି ହୋଇଯାଏ ତାହେଲେ ପରିବାର ମୁଣ୍ଡରେ ଚଡ଼କ ପଡ଼ିଯାଏ। ଝିଅର ଅଧା ଅଙ୍ଗ ଏବେ ଅକାମି ହୋଇ ପଡ଼ିଛିଥିବା ବେଳେ ଅର୍ଥାଭାବ ଚିକିତ୍ସାରେ ବାଧକ ସାଜିଛି।ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ପାଇକ ସାହିର ମାୟା ମହାନ୍ତିଙ୍କ କ୍ଷେତ୍ରରେ।ଚଳିତବର୍ଷ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଯାଇଥିଲା ମାୟା ମହାନ୍ତି।ପରିବାର ଲୋକେ ତାଙ୍କୁ ପ୍ରଥମେ ଗୁମ୍ମା ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତି କରିଥିଲେ।ପରେ ତାଙ୍କୁ ଶ୍ରୀକାକୁଲମ ଏମସ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିତ୍ସା କରାଯିବା ସହ ଦେହରୁ ମୂତ୍ରାଶୟ ଦେଇ ପ୍ରଚୁରମାତ୍ରାରେ ପାଣି ବହିଯାଉଛି ବୋଲି ଡକ୍ଟର କହିଥିଲେ।ଏଥିପାଇଁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବା ଡାକ୍ତର କହିଥିଲେ। ପରିବାର ଲୋକେ ଚେହ୍ନାଇର ଏକ ଘୋରଇ ମେଡିକାଲରେ ମଧ୍ୟ ଚିକିତ୍ସା କରାଇବା ପରେ ମଧ୍ୟ ଶୋରୀରରେ କୌଣସି ଉନ୍ନତି ଆସିନଥିବା ପିଡିତାଙ୍କ ମା ହୀରା ପାଇକ କହିଛନ୍ତି। କିନ୍ତୁ ଅର୍ଥାଭାବ ଯୋଗୁଁ ଉଚ୍ଚ ଚିକିତ୍ସା ପାଇଁ ପରିବାର ଲୋକେ ସମର୍ଥ ହୋଇପାରୁ ନାହାନ୍ତି।ଗାଁ ଲୋକେ ଚାନ୍ଦା କରି ୩ମାସ ହେଲା ଚିକିତ୍ସା କରିଥିଲେ।ପୁରୁଷ ଶୂନ୍ୟ ପରିବାରରେ ମା ହୀରବତୀ ବୃଦ୍ଧା ଅବସ୍ଥାରେ ଝିଅର ଜୀବନ ବଞ୍ଚାଇବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ଜୀବନ ଭିକ୍ଷା ନିମନ୍ତେ ଗଣମାଧ୍ୟମ ଜରିଆରେ ବିନୀତ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କୌଣସି ପ୍ରକାର ଅଭିଯୋଗ ଜଣାଇବାକୁ ସୁଯୋଗ ନଥିବାରୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ଗ୍ରାମବାସୀ।ସରକାରୀ ସହାୟତା ମିଳିଲେ ଅଧିକ ଚିକିତ୍ସା ହୋଇ ପାରନ୍ତା ଏବଂ ଝିଅର ଜୀବନ ବୋଞ୍ଜିପାରିବ ବୋଲି କହିଛନ୍ତି ମାୟାଙ୍କ ମା ହୀରାବତୀ।ଗାଁ ଲୋକେ ମଧ୍ୟ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। ପୂର୍ବରୁ ରାଜ୍ୟବାସୀଙ୍କ ସ୍ୱାର୍ଥ ସାଧନରେ ଶ୍ରୀ ଭିକେ ପାଣ୍ଡିଆନଙ୍କ ଇଛାଶକ୍ତି ଯୋଗୁଁ ବହୁ ଜୀବନ ବୋଞ୍ଜିଯାଇଥିବା ନଜିର ରହିଛି।