ମଲ୍ଲିପସି, ସରମୁଣ୍ଡି ଓ ମୟୁନଚା ଗ୍ରାମକୁ ରାଜସ୍ୱଗ୍ରାମର ମାନ୍ୟତା ଓ ସବୁ ଦିନିଆ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର କଅଁଳେଇବାଲିପାଳ, ମଲ୍ଲୀପସି, ସରମୁଣ୍ଡି, ଭଅଁରା, ମୟୁରନଚା ଆଦି ଗ୍ରାମର ଲୋକମାନେ ଏହି ସବୁ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଓ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜସ୍ୱ ଗ୍ରାମର ମାନ୍ୟତା ମିଳି ନଥିବାରୁ ଓ ଏହିସବୁ ଗାଁକୁ ସବୁଦିନିଆ ରାସ୍ତା ନଥିବାବେଳେ ଗାଁର ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହି ଆସୁଛନ୍ତି । ସ୍ୱାଧୀନତାର ୭୬ବର୍ଷ ପରେବି ଏମାନେ ଭୁମିହୀନ ଭାବେ ବସବାସ କରିଆସୁଛନ୍ତି । ବିଶେଷକରି କଅଁଳେଇବାଲିପାଳ, ମଲ୍ଲୀପସି ଗ୍ରାମର ଲୋକମାନେ ହଦଗଡ ଜଳଭଣ୍ଡାର ନିର୍ମାଣବେଳେ ବିସ୍ଥାପିତ ହୋଇ ରହି ଆସିବା ସହ ଏମାନେ ଜଂଗଲ ସମ୍ପଦ ଉପରେ ନିର୍ଭରଶୀଳ । ଏମାନେ ଜଂଗଲଯାତ ଦ୍ରବ୍ୟ ସଂଗ୍ରହ କରିବା ସହିତ ଜଳଭଣ୍ଡାରରୁ ମାଛ ଧରି ଓ ଚାଷବାସ କରି ଜୀବନ ନିବାହ କରନ୍ତି । ଜଂଗଲ ଅଧିକାର ଆଇନ ୨୦୦୬ ଆସିବାପରେ ମଧ୍ୟ ଏହି ଅଞ୍ଚଳର ଅଧିବାସୀ ମାନଙ୍କୁ ତାଙ୍କ ଅଧିକାରର ସ୍ୱୀକୃତି ମିଳିପାରୁ ନାହିଁ । ଏହି ଗ୍ରାମ ଗୁଡିକ ପୁରାତନ ଗ୍ରାମ ହୋଇଥିଲେବି ଗ୍ରାମବାସୀମାନେ ଗତ ଦୀର୍ଘ ୨ବର୍ଷ ହେଲା ଏନେଇ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବିଡିଓଙ୍କ ପର୍ଯ୍ୟନ୍ତ ସବୁଠି ଆବେଦନ କରୁଥିଳେବି ,ହି ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରିନି ବୋଲି ଗ୍ରାମର ବୁଦ୍ଧିରାମ ପୁର୍ତ୍ତି, ରାଉତ ହୋ, ରଜନ ସୋରେନ, ମାଣିକ ହେମ୍ରମ, ଜୁର ପୁର୍ତ୍ତୀ, ଖଜୁରୀ ମହାକୁଡ, ଶ୍ରୀରାମ ପୁର୍ତ୍ତୀ, ଜିରୁମ ବାଦ୍ରା ପ୍ରମୁଖ ୨୦ରୁ ଉର୍ଦ୍ଧ ଗ୍ରାମବାସୀ ଏନେଇ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଜଂଗଲ ଅଧିକାର ଆଇନ ୨୦୦୬ ଅନୁଯାଇ ଏହିସବୁ ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।