ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମନ ମୋହୁଛି ପ୍ରସିଦ୍ଧ ବାଘ ବେଶ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଚାଲିଥିବା ବେଳେ ଯାତ୍ରାକୁ ଆହୁରି ରଙ୍ଗ ଦେଉଛନ୍ତି ବାଘ ବେଶ ଧାରୀ ମାନେ । ଗଞ୍ଜାମ ଜିଲ୍ଲା ଲୋକକଳା, ସଂସ୍କୃତି ସହିତ ଜଡିତ ଏହି ମଣିଷ ବାଘ ନୃତ୍ୟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିଲେ ମଧ୍ୟ ବେଲଗୁଣ୍ଠା ସହରର ବାଘ ବେଶ, ନୃତ୍ୟ ଓ ଚାଙ୍ଗୁ ତାଳ ସମ୍ପୁର୍ଣ୍ଣ ନିଆରା ।ଏହି ବେଶରେ ଚିତ୍ରଶିଳ୍ପୀଙ୍କ ଉତ୍କୃଷ୍ଟ ନିଖୁଣ ତୁଳୀର ସ୍ପର୍ଶ କିଛି ଘଣ୍ଟ ମଧ୍ୟରେ ଜଣେ ମଣିଷକୁ ଏକ ଜୀବନ୍ତ ବାଘ ସଦୃଶ୍ୟ ସୃଷ୍ଟି କରିଦିଏ ।ଏହି ଯାତ୍ରାରେ ଚାଙ୍ଗୁ ର ତାଳେ ତାଳେ ବାଘ ବେଶ ଧାରୀଙ୍କ ନୃତ୍ୟ ଦେଖିଲେ ଦର୍ଶକଙ୍କ ଆଖି ଲାଖିଯାଏ । ବହୁ ମାନସିକ ଧାରୀ ବାଘ ବେଶ ଧରି ମାଁ ବ୍ରାହ୍ମଣ ଦେବୀଙ୍କ ନିକଟରେ ନିଜକୁ ସମର୍ପିତ କରି ରାତି ସାରା ସହରବାସୀ ଆଶିର୍ବାଦ ପାଇଁ ଦ୍ଵାରସ୍ଥ ହେଉଥିବା ଲକ୍ଷ କରାଯାଇଛି ।ବାଘ ବେଶ ଦେଖିବା ପାଇଁ ବେଲଗୁଣ୍ଠା ସହରରେ ଭିଡ଼ ଲାଗି ରହୁଛି । ବେଲଗୁଣ୍ଠାର ଏହି କଳା କାହିଁ କେତେ ବର୍ଷ ତଳୁ ଆରମ୍ଭ ହୋଇଥିଲେ ବି ଆଜି ମଧ୍ୟ ଏହାକୁ ସହରର ବିଭିନ୍ନ କଳାକାର ମାନେ ବଞ୍ଚାଇ ରଖିଛନ୍ତି ।ଏହି ନାଚ ବେଲଗୁଣ୍ଠାର ଗର୍ବ ଓ ଗୌରବ ବୋଲି ପ୍ରକାଶ କରନ୍ତି ଦେଶ ବିଦେଶରେ ବିଭିନ୍ନ ମଞ୍ଚରେ ପରିବେଷଣ କରି ପ୍ରଶଂସା ସାଉଁଟି ଥିବା ଥିବା ଚିନଂ ମହେନ୍ଦ୍ର ପାତ୍ର । ତାଙ୍କ ପିତା ସ୍ୱର୍ଗତ ବିଜୟ କୁମାର ପାତ୍ର ଜଣେ ବିଶିଷ୍ଟ ବାଘ ନୃତ୍ୟ ଗୁରୁ ଭାବେ ସୁନାମ ଅର୍ଜନ କରିଥିଲେ । ପିତାଙ୍କ ପଦାଙ୍କ ଅନୁସରଣ କରି ମହେନ୍ଦ୍ର ଗଢ଼ିଛନ୍ତି ତରୁଣ କଳାକାର ସଂଘ ।ବେଲଗୁଣ୍ଠା ସହରର ମଣିଷ ବାଘ ନୃତ୍ୟ କୁ ଆହୁରି ଅନେକ ବାଟ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ।ଏଥି ସହିତ ବେଲଗୁଣ୍ଠା ସହରର ରବୀନ୍ଦ୍ରନାଥ ଚୌଧୁରୀ, ମୋତିଲାଲ୍ ପତି,ପ୍ରସନ୍ନ କୁମାର ପାତ୍ର,ଗଗନ ବିହାରୀ ବିନ୍ଧାଣୀରା ପ୍ରମୁଖ ବାଘ ନୃତ୍ୟ ଗୁରୁ ଭାବେ ସୁନାମ ଅର୍ଜନ କରିଛନ୍ତି ।ଆଗାମୀ ଦିନରେ ଏହି ନୃତ୍ୟ ପାଇଁ ନୂତନ ପିଢ଼ି ଆଗେଇ ଆସି ବେଲଗୁଣ୍ଠା ସହରର ପୁରାତନ ସଂସ୍କୃତି ପରମ୍ପରା ବଜାୟ ରହୁ ବୋଲି ଏହି ଗୁରୁ ମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ