ଅଖିଳ ଭାରତ କୃଷକ ସଭାର ଆଞ୍ଚଳିକ ସମ୍ମିଳନୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ଗ୍ରାମ ସ୍ଥିତ ରଘୁନାଥ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ଅଖିଳ ଭାରତ କୃଷକ ସଭାର ବଡ଼ଖେମୁଣ୍ଡି ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତ କୃଷକ ସଭାର ରାଜ୍ୟ କମିଟି ସଦସ୍ୟ ଅନନ୍ତ ମହାଙ୍କୁଡ଼,ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା କମିଟି ସମ୍ପାଦକ ଅଳକ ନାଥ ମିଶ୍ର,ସିପିଆଇ ବଡ଼ ଖେମୁଣ୍ଡି ଜୋନାଲ କମିଟି ସମ୍ପାଦକ କିଶୋର ଶତପଥି,ଅଖିଳ ଭାରତ ଯୁବସଂଘ ର ଆଞ୍ଚଳିକ କମିଟି ସଭାପତି ଦୈତାରି ରେଡ୍ଡୀ,ଭାରତୀୟ କ୍ଷେତ ମଜଦୂର ଗଞ୍ଜାମ ଜିଲା କମିଟି ସଦସ୍ୟ ମୂଷା ବେହେରା ପ୍ରମୁଖ ସଭାରେ ମଞ୍ଚାସିନ ଥିଲେ।ସିଦ୍ଧେଶ୍ଵର ଗ୍ରାମ ନିକଟ ବେଲପତ୍ର ଘାଇ ର ପୁନଃରୁଦ୍ଧାର କରାଯାଇ କେନାଲ ଜରିଆରେ ସମସ୍ତ ଚାଷଜମି କୁ ଜଳସେଚନ ର ବ୍ୟବସ୍ଥା କରାଯିବା।ଗ୍ରାମାଞ୍ଚଳ ମାନଙ୍କରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା।ଠିକ୍ ସମୟରେ ଚାଷୀ ଙ୍କ ଉତ୍ପାଦିତ ଧାନ କୁ ମଣ୍ଡି ଦ୍ଵାରା କ୍ରୟ କରାଯିବା।ଧାନ କ୍ଵିଣ୍ଟାଲ ପିଛା ୩ ହଜାର ଟଙ୍କା ରେ ଚାଷୀଙ୍କ ଠାରୁ ଟୋକେନ ଜରିଆରେ କ୍ରୟ କରାଯିବା। ମିଲର ମାନଙ୍କ ଦ୍ଵାରା କଟନି ଛଟନି ବନ୍ଦ କରାଯିବା।ପ୍ରତି ଗାଁ ରେ ସରକାରୀ ଉଠା ଜଳସେଚନ ବ୍ୟବସ୍ଥା କରାଯିବା।୬୦ ବର୍ଷ ପରେ ପ୍ରତ୍ୟେକ ଚାଷୀ ଙ୍କୁ ୫ ହଜାର ଟଙ୍କା ମାସିକ ପେନସନ ଯୋଗାଇ ଦେବା।ପ୍ରତ୍ୟେକ ଚାଷୀ ଙ୍କୁ ସାର ଓ କୀଟନାଶକ ଔଷଧ ରିହାତି ଦରରେ ଯୋଗାଇଦେବା।ସମସ୍ତ ଚାଷୀ ଙ୍କୁ ବୀମା ରାଶି ପ୍ରଦାନ ପାଇଁ ନିଶ୍ଚିତ କରାଯିବା।ପ୍ରାଥମିକ ସେବା ସମବାୟ ସମିତି ଜରିଆ ରେ ସମସ୍ତ ଚାଷୀ ଙ୍କୁ ପର୍ଯ୍ୟାପ୍ତ ପରିମାଣର ଧାନ ବିହନ ଯୋଗାଇ ଦେବା।କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇ ଦେବା ପାଇଁ ସଭାରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା।ଅଖିଳ ଭାରତ କୃଷକ ସଭା ବଡ଼ ଖେମୁଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ ଚାଷୀ ଙ୍କ ବିଭିନ୍ନ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ନିମନ୍ତେ ସମ୍ମିଳନୀରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।ଶେଷରେ ଆଞ୍ଚଳିକ କମିଟି ର କର୍ମକର୍ତ୍ତା ଚୟନ କରାଯାଇଥିଲା।ରାଜେନ୍ଦ୍ର ବିଷୋୟୀ ଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିବା ବେଳେ ଉପସଭାପତି – ପର୍ଶୁରାମ ବିଷୋୟୀ,ସାଧାରଣ ସମ୍ପାଦକ – ଦୈତାରି ରେଡ୍ଡୀ ଏବଂ କୋଷାଧ୍ୟକ୍ଷ ରୂପେ ମୂଷା ବେହେରା ଙ୍କୁ ସର୍ବସମ୍ମତ ରୂପେ ଚୟନ କରାଯାଇଥିଲା।ଆଞ୍ଚଳିକ କମିଟି ର ସଭ୍ୟ ଭାବେ ରମେଶ ଭୂୟାଁ,କୁନାଲ ସ୍ୱାଇଁ,ପ୍ରଦୀପ ପରିଡ଼ା,କାଳୁ ଗୌଡ଼,ଗୋଲାପି ଗୌଡ଼ ,ଦେବରାଜ ଜେନା,ଦଣ୍ଡପାଣି ସାହୁ,ମନୋଜ ବିଷୋୟୀ, ସୁଦେଷ୍ଣା ରାଉତ,କବିତା ବିଷୋୟୀ,ରଞ୍ଜିତା ବିଷୋୟୀ,ଅପୂର୍ବ ବିଷୋୟୀ ଙ୍କୁ ନିର୍ବାଚିତ କରାଯାଇଥିଲା।


