ନ୍ୟାର୍ଯ୍ୟଦାବି ପାଇଁ ଲୋୟର ପିଏମ୍‌ଜିରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କନିଷ୍ଠ ଶିକ୍ଷକମାନଙ୍କୁ ୨୮୦୦ ଟଙ୍କା ଗ୍ରେଡ଼ପେ ଦେଇ ନିୟମିତ କରିବା, ୨୦୧୯ ମସିହା ଏଲିମେଣ୍ଟାରୀ କ୍ୟାଡ଼ର ରୁଲରେ ମାଟ୍ରିକ ସିଟି ପଦବୀକୁ ଉଚ୍ଛେଦ କରି +୨ ସିଟି / ଗ୍ରାଜୁଏଟ ସିଟି ବା ବିଏଡ଼ କରିବା, ୨୦୧୨ ମସିହାଠାରୁ ନିଯୁକ୍ତ ଏଲିମେଣ୍ଟାରୀ ଶିକ୍ଷକ (ଓଟିଇଟି)ମାନଙ୍କୁ ୬ଟି ଇନ୍‌କ୍ରିମେଣ୍ଟ ଦେଇ ଚାକିରୀକାଳ ଗଣନା କରିବା ସହିତ ୨୦୦୧ ମସିହାଠାରୁ ନିଯୁକ୍ତ ଶିକ୍ଷକମାନଙ୍କୁ ଦରମା ସୁରକ୍ଷା ପ୍ରଦାନ କରିବା, ଏଲିମେଣ୍ଟାରୀ ବିଦ୍ୟାଳୟରେ କାର୍ଯ୍ୟରତ ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକ (ବି.ଏଡ୍‌, ଏମ୍‌.ଏଡ୍‌) ମାନଙ୍କୁ ବିଭାଗୀୟ ପରୀକ୍ଷା ଜରିଆରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ପଦୋନ୍ନତି କିରବା ଏବଂ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ବଦଳି ନୀତିକୁ କୋହଳ କରିବା ଆଦି ୫ ଦଫା ଦାବି ନେଇ ଶୁକ୍ରବାର ଦିନ ମିିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଶିକ୍ଷକ ଶିକ୍ଷୟିତ୍ରୀମାନେ ଭୁବେନଶ୍ୱରସ୍ଥିତ ଲୋୟର ପିଏମଜିରେ ଧରଣାରେ ବସିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ତା ୧୫.୧୦.୨୦୨୨ରିଖରେ ରାଜ୍ୟରୁ ଠିକା ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ କରାଗଲା ବୋଲି ଐତିହାସିକ ଘୋଷଣା କରିଥିଲେ । ଠିକା କାର୍ଯ୍ୟକାଳକୁ ନିୟମିତ ଚାକିରୀରେ ଗଣନା କରି ଗଣଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷକମାନଙ୍କୁ ନିୟମିତ କରିବାର ପ୍ରାବଧାନ କରିବା ସଙ୍ଗେ ସଙ୍ଗେ ଅନ୍ୟ ବିଭାଗମାନଙ୍କରେ ମଧ୍ୟ ଲାଗୁ କରିଛନ୍ତି । ମାତ୍ର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକ (ଏଲିମେଣ୍ଟାରୀ) ଶିକ୍ଷକମାନଙ୍କ ଠିକା ନିଯୁକ୍ତିକୁ ଦୁର୍ଭାଗ୍ୟଜନକ ଭାବେ ପଶୋରି ଯାଇଛନ୍ତି । ଯେଉଁଥିପାଇଁ ୨୭ ନଭେମ୍ବର, ୨୦୨୨ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜରାସ୍ତାରେ ୪ ଦିନ ବ୍ୟାପୀ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ କରିଥିଲେ । ହେଲେ ଅଦ୍ୟାବଧି ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କର କୌଣସି ଦାବିକୁ ପୂରଣ କରିନାହାଁନ୍ତି ।ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କର ଗ୍ରେଡ଼ ପେ ୪୨୦୦ ଟଙ୍କା ଥିଲାବେଳେ ଓଡ଼ିଶାରେ ପ୍ରାଥମିକ ଶିକ୍ଷକମାନଙ୍କ ଗ୍ରେଡ଼ ପେ ମାତ୍ର ୨୨୦୦ ଟଙ୍କାରେ ରହିଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରିଜୋଲ୍ୟୁସନ ନଂ ୨୩୨୯୨ ତା ୨୯.୧୧.୨୦୧୭ ଅନୁଯାୟୀ ପ୍ରାଥମିକ ଶିକ୍ଷକମାନଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା +୨ ସିଟିକୁ ଉତ୍ତୀର୍ଣ୍ଣ କରିଛନ୍ତି, ମାତ୍ର ପଦବୀକୁ ମାଟ୍ରିକି ସିଟି ରଖିଛନ୍ତି । ଏଣୁ ୨୦୧୯ କ୍ୟାଡ଼ର ରୁଲ୍ ସଂଶୋଧନ କରି ଆବଶ୍ୟକୀୟ ଯୋଗ୍ୟତାକୁ +୨ ସିଟି, ଗ୍ରାଜୁଏଟ ସିଟି ବା ବି.ଏଡ୍ କରି ତଦନୁଯାୟୀ ଏଣ୍ଟ୍ରି ଲେବୁଲ ଗ୍ରେଡ଼ ପେ ୨୮୦୦ଟଙ୍କା, ୨୦୧୭ ଠାରୁ ହିସାବରେ ଦିଅନ୍ତୁ । ସାରା ଓଡ଼ିଶାରୁ ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ୨୦୧୮ ମସିହା ଠାରୁ ସମସ୍ତ ଜେଟି/ଜେଟିିସି ମାନଙ୍କୁ ଅବିଳମ୍ବେ ନିୟମିତ କରି ମାଧ୍ୟମିକ ବଭାଗ ପରି ଠିକା କାର୍ଯ୍ୟକାଳକୁ ଗଣନା କରି ଏଣ୍ଟ୍ରି ଲେବୁଲରେ ୨୮୦୦ଟଙ୍କା ଗ୍ରେଡ଼ ପେ ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଛି । ସେହିପରି ୨୦୦୧ ମସିହାରୁ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦରମା ସୁରକ୍ଷା ପ୍ରଦାନ କରି ଏଲିମେଣ୍ଟାରୀ ବିଭାଗର ଶିକ୍ଷକମାନଙ୍କୁ ଯୁକ୍ତିଯୁକ୍ତ ଦାବିକୁ ଗ୍ରହଣ କରିବାକମହାସଂଘ ପକ୍ଷରୁ ଦାବି କରାଯାଇଛି । ମହାସଂଘ ତରଫରୁ ସରକାରଙ୍କୁ ନିବେଦନ କରାଯାଇଛି ଯେ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ଯୁକ୍ତିଯୁକ୍ତ ଦାବିକୁ ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ମହାସଂଘର ଆବାହକ ପ୍ରବୀଣ କୁମାର ଦାସ, ସୁବ୍ରତ କୁମାର ବଡ଼ଜେନା, ସଲୀଳ କୁମାର ପଟ୍ଟନାୟକ, ଜିତେନ୍ଦ୍ର କୁମାର ନାୟକ, ପ୍ରିୟମ୍ବଦା ଆଚାର୍ଯ୍ୟ, ପ୍ରିୟତମା ଜେନା, ମଙ୍ଗୁଳି ଚରଣ ପରିଡ଼ା, ବ୍ରହ୍ମାନନ୍ଦ ପରିଡ଼ା, ଅଭିମନ୍ୟୁ ପଲାଇ, ବିଜୟିନୀ ନନ୍ଦ, ଶୁଭସ୍ମିତା ଷଡଙ୍ଗୀ, ଗୀତାଞ୍ଜଳି ବାଇ, ମମତା ନନ୍ଦ, ପୁଷ୍ପଲତା ଦାସ, ମୌସୁମୀ ମହାନ୍ତି, ପ୍ରଶାନ୍ତ କୁମାର ସ୍ୱାଇଁ, ତୁଷାର ରଞ୍ଜନ ମହାପାତ୍ର, ଦୀନବନ୍ଧୁ ମହାନ୍ତି, ନିର୍ମଳା ମହାପାତ୍ର, ରଶ୍ମିତା ମହାନ୍ତି, ସୂର୍ଯ୍ୟମଣି ପତି, ଧୀରେନ କୁମାର ଜେନା ଓ ସଞ୍ଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ