ଖୋଲୁଛି ବିଶ୍ୱନାଥପୁର ହୀରାନୀଲା ଡିଗ୍ରୀ ମହାବିଦ୍ୟାଳୟ ଗୁମର

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥ ପୁର ମା ହୀରା ନୀଳା ଡିଗ୍ରୀ ମହାବିଦ୍ୟାଳୟ ଦୁର୍ନୀତି ପର୍ଦ୍ଦାଫାଶ କରିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ମାଁ ହୀରା ନୀଳା ସ୍ନାତକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅରୁଣ କୁମାର ଚନ୍ଦନ କିଭଳି ବେନିୟମ ଭାବରେ ୩ଗୋଟି ଜାଲ ରସିଦ କାଟି ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଲୁଟି ଥିଲେ ତାହା ଉଚ୍ଚଶିକ୍ଷା ବିଭାଗର ଅଡିଟରେ ବାରମ୍ବାର ତାଗିଦ କରାଯାଇଛି। ସଂପୃକ୍ତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଙ୍କୁ ବିଭାଗ ତରଫରୁ ଜବାବ ତଲବ କରିଥିଲେ ମଧ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷ ଟାଳଟୁଳ ଭାବରେ ଉତ୍ତର ଦେଇ ପୂର୍ବତନ ଅଧ୍ୟକ୍ଷ ଅରୁଣ କୁମାର ଚନ୍ଦନ ଙ୍କୁ ବଞ୍ଚାଇବାକୁ ପ୍ରୟାସ ଜାରି ରଖିଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏଭଳି ଦୁଷ୍ଟିକୋଣ ଉପରେ ସନ୍ତୁଷ୍ଟ ନ ହୋଇ ପୂନର୍ବାର ତା-୧୧-୦୫-୨୦୨୩ରିଖ ପତ୍ର ସଂଖ୍ୟା ୨୦୦୪୩ରେ ବର୍ତମାନ ଅଧ୍ୟକ୍ଷଙ୍କୁ ୧୫ଦିନ ମଧ୍ୟରେ ଉପଯୁକ୍ତ ଉତ୍ତର ଦେବା ସାଙ୍ଗେସାଙ୍ଗେ ୧୯୯୯ମସିହାରେ ମହାବିଦ୍ୟାଳୟ ର ବିଭିନ୍ନ ପଦପଦବୀ ପାଇଁ ଓଡ଼ିଶା ର ଏକ ଅଗ୍ରଣୀ ସମ୍ବାଦପତ୍ରରେ ବିଜ୍ଞାପନ ଦେଇ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ୫୦ଟଙ୍କା ବ୍ୟାଙ୍କ ବ୍ୟାପକ ମାଧ୍ୟମରେ ଆଦାୟ କରିଥିଲେ।ପଛୁଆ ତାରିଖରେ ବିଭିନ୍ନ ପଦପଦବୀ ରେ ନୀଜପସନ୍ଦ ମୁତାବକ ପ୍ରାର୍ଥୀଙ୍କୁ ତତ୍କାଳୀନ ଅଧ୍ୟକ୍ଷ ଅରୁଣ କୁମାର ଚନ୍ଦନ ପ୍ରରୋଚନାରେ ସେ ସମୟର ପରିଚାଳନା କମିଟି କି ଭଳି ଦେଲେ ଏହାର ବିଧିବଦ୍ଧ ତଦନ୍ତକରି ଏଫଏ ତଥା ଅତିରିକ୍ତ ସଚିବ ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗର ମନୋରଞ୍ଜନ ନାୟକଙ୍କ ବିଭାଗୀୟ ପତ୍ର ସଂଖ୍ୟା ୫୦୭୮ ତା୬-୦୨-୨୦୨୩ରିଖ କୈଫୟତ ତଲପ କରିଥିଲେ ମଧ୍ୟ ତତ୍କାଳୀନ ଅଧ୍ୟକ୍ଷ ଚତୁରତା ସହିତ ମନୋନୀତ ଆଠ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନଜଣାଇ ନିଜ ମନମୁତାବକ ରିପୋର୍ଟ କରିଥିଲେ ମଧ୍ୟ ଏଫ୍ଏ ତଥା ଅତିରିକ୍ତ ସଚିବ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଶ୍ରୀ ମନୋରଞ୍ଜନ ନାୟକ ପୂନର୍ବାର୧୧/୫/୨୦୨୩ ପତ୍ର ସଂଖ୍ୟା ୨୦୦୪୩ରେ ସମସ୍ତ ମନୋନୀତ ଆଠ ଜଣ ଅଧ୍ୟାପକ ଅଧ୍ୟାପିକା ଖେଳ ଶିକ୍ଷକ ଓ ସହଗ୍ରନ୍ଥାଗାର ରକ୍ଷକ ଙ୍କ ବ୍ୟକ୍ତିଗତ ଭାବରେ ନିଜସ୍ଵ କୈଫୟତ ସହ ବର୍ତମାନ ଅଧ୍ୟକ୍ଷ ୧୫ଦିନ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଠାରୁ ପରିତାପର ବିଷୟ ହେଲା ମାଁ ହୀରାନୀଳା ସଂଗ୍ରାମ ସମିତି ଦେଖି ମହାବିଦ୍ୟାଳୟ ଦୁର୍ନୀତି ବିରୋଧରେ ବାରମ୍ବାର ରାସ୍ତାରୋକ ଆନ୍ଦୋଳନ କରାଇ ଅଂଚଳରେ ବିଭ୍ରାନ୍ତକର ତଥ୍ୟଦେଉଥିବା ଅନୁଷ୍ଠାନ ଆଜି ଏଭଳି ଘଟଣାରେ ଚୁଫରହିବା ସ୍ଥାନୀୟ ଅଳର ବୁଦ୍ଧିଜୀବୀ ତଥା ଅଭିଭାବକ ମହଲ ଓ ଛାତ୍ରଛାତ୍ରୀ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି। ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀ ଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ