ପୂର୍ବ ଶତୃତାରୁ ସଂଘବଦ୍ଧ ଆକ୍ରମଣ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ପାଙ୍ଗିଡି ପଞ୍ଚାୟତର ପଙ୍କଳବାଡି ଗ୍ରାମର ଜଣେ ଯୁବକ ଶରତ ସ୍ବାଇଁଙ୍କୁ, ସେହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ଋତୁ ରା, ଭାଗି ବିଷୋୟୀ, ସୁଶାନ୍ତ ସ୍ବାଇଁ ମିଳିତ ଭାବେ ପାଙ୍ଗିଡି ଛକରେ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗରେ ଋତୁ ରା ଗିରଫ ହୋଇଥିବା ଜଣାପଡିଛି। ଋତୁ ରା ଗୋଟିଏ ଲୁହା କାତିରେ ଶରତଙ୍କ ମୁଣ୍ଡକୁ ହାଣିବା ପାଇଁ ଚେଷ୍ଟା କରିବା ବେଳେ କାତିଟି ଯାଇ ଡାହାଣ ହାତରେ ବାଜିଥିଲା ଓ ଅନ୍ୟ ଏକ ଚୋଟା ମୁଣ୍ଡରେ ବାଜିଥିଲା। ଯାହା ଫଳରେ ମୁଣ୍ଡ ଓ ହାତରୁ ରକ୍ତସ୍ରାବ ହେବା ଫଳରେ ଶରତ ସ୍ବାଇଁ ବୁଗୁଡା ମେଡିକାଲ ଯାଇ ଚିକିତ୍ସା ହେବା ପରେ ବୁଗୁଡା ଥାନାକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ବୁଗୁଡା ପୋଲିସ ଥାନାରେ ୩୧୫/୨୩ ଏକ ମାମଲା ରୁଜୁ ହୋଇଥିଲା। ଋତୁ ରା ଗ୍ରାମର ଜଙ୍ଗଲରେ ଲୁଚିଥିବା ବେଳେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବ୍ରଲେ ଅନ୍ଯମାନେ ଫେରାର ଥିବା ବୁଗୁଡା ଥାନାଧିକାରୀ ଚିତରଞ୍ଜନ ବେହେରାଙ୍କ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ